ପାଲେଷ୍ଟାଇନକୁ ଚେତାବନୀ ଦେଲା ଇସ୍ରାଏଲ: ଗାଜାରୁ ନ ହଟିଲେ ଆତଙ୍କବାଦୀ ଭାବେ କରାଯିବ ବିବେଚନା

ଜେରୁଜେଲମ,୨୨।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ବର୍ତ୍ତମାନ ଗାଜା ଉପରେ ଆକ୍ରମଣକୁ ତୀବ୍ର କରିଛି। ହମାସ ବିରୋଧରେ ଏୟାର ଷ୍ଟ୍ରାଇକ ଚାଲିଛି। ଏଭଳି ପରିସ୍ଥିତିରେ ସାଧାରଣ ନାଗରିକମାନେ ଅଧିକ କ୍ଷତି ନ କରିବାକୁ ଇସ୍ରାଏଲ ବର୍ତ୍ତମାନ ପାଲେଷ୍ଟାଇନମାନଙ୍କୁ ଉତ୍ତର ଗାଜା ଛାଡି ଦକ୍ଷିଣ ଦିଗକୁ ଯିବାକୁ ଏକ ନୂଆ ଚେତାବନୀ ଦେଇଛନ୍ତି।
ଇସ୍ରାଏଲ ସେନା ଦ୍ୱାରା ଜାରି ଏହି ଚେତାବନୀରେ ଏହା ସ୍ପଷ୍ଟ ହୋଇଛି ଯେ, ଯଦି କେହି ତାହା ନ କରନ୍ତି ତେବେ ତାଙ୍କୁ ଆତଙ୍କବାଦୀ ସଂଗଠନର ସାହାଯ୍ୟକାରୀ ଭାବରେ ବିବେଚନା କରାଯିବ। ଇସ୍ରାଏଲ ସେନା ଦ୍ୱାରା ଜାରି କରାଯାଇଥିବା କାର୍ଡ ବାର୍ତ୍ତାକୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏବଂ ଲୋଗୋ ସହିତ ଚିହ୍ନିତ କରାଯାଇଛି। କେବଳ ଏତିକି ନୁହେଁ, ମୋବାଇଲ ଫୋନରେ ଅଡିଓ ମେସେଜ ମାଧ୍ୟମରେ ଗାଜା ଷ୍ଟ୍ରିପର ଲୋକଙ୍କୁ ମଧ୍ୟ ଏହିପରି ବାର୍ତ୍ତା ପ୍ରସାରଣ କରାଯାଇଛି।
ଏହି ବାର୍ତ୍ତାଗୁଡ଼ିକରେ କୁହାଯାଇଛି, ଗାଜାର ଉତ୍ତରରେ ତୁମର ଉପସ୍ଥିତି ଜୀବନକୁ ବିପଦରେ ପକାଇପାରେ। ସେନା ସ୍ପଷ୍ଟ କରିଛନ୍ତି ଯେ. ଯଦି କେହି ଉତ୍ତର ଗାଜା ଛାଡି ଦକ୍ଷିଣ ଆଡକୁ ନ ଯାଆନ୍ତି ତେବେ ତାଙ୍କୁ ଆତଙ୍କବାଦୀ ସଂଗଠନର ସହଯୋଗୀ ଭାବରେ ଦେଖାଯିବ।

Share