ଇସ୍ରାଏଲ-ହମାସ ମଧ୍ୟରେ ଦୁଇ ଦିନ ବଢ଼ିଲା ଯୁଦ୍ଧବିରତି, ସୂଚନା ଦେଲା ମଧ୍ୟସ୍ଥି କତାର

ନୂଆଦିଲ୍ଲୀ,୨୭ା୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧବିରତି ଆଉ ଦିନ ବୃଦ୍ଧି ପାଇଛି। ସୋମବାର ମଧ୍ୟରାତ୍ରିରେ ଏହି ସମୟସୀମା ଶେଷ ହେଉଥିବା ବେଳେ ଆଉ ଦୁଇ ଦିନ ବୃଦ୍ଧି ନେଇ ସୂଚନା ଦେଇଛି ମଧ୍ୟସ୍ଥି କତାର। ଦୁଇ ଦେଶରେ ଥିବା ବନ୍ଧକ ମାନଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଜାରି ରହିବ।

ତଥାକଥିତ “ମାନବିକ ସହାୟତା” ପାଇଁ ଯୁଦ୍ଧବିରତି ଶେଷ ହେବାର ମାତ୍ର ଘଣ୍ଟା ବାକି ଥିବାରୁ ଯୁଦ୍ଧକୁ ନ ଫେରିବା ପାଇଁ ଉଭୟ ହାମାସ ଏବଂ ଇସ୍ରାଏଲ୍ ଆନ୍ତର୍ଜାତୀୟ ଚାପରେ ଥିଲେ। ଏହିସମୟରେ କତାର ବୈଦେଶିକ ମନ୍ତ୍ରାଳାୟ ପକ୍ଷରୁ ଯୁଦ୍ଧବିରତି ବୃଦ୍ଧି କରିବା ପାଇଁ ଦୁଇ ପକ୍ଷ ମଧ୍ୟରେ ସହମତି ହୋଇଥିବା ଘୋଷଣା କରିଥିଲା।

ସମାନ କଥା ହମାସ ମଧ୍ୟ ସୁନିଶ୍ଚିତ କରିଛି। କତାର ଏବଂ ଇଜିପ୍ଟ ଉପସ୍ଥିତିରେ ଦୁଇ ଦିନ ମାନବିକ ସହାୟତା ପହଞ୍ଚାଇବାକୁ ଏହି ନିଷ୍ପତ୍ତି ହୋଇଥିବା କହିଛି ହମାସ। ଆମେରିକାର ସହଯୋଗରେ କତାର ମଧ୍ୟସ୍ଥିରେ ଦୁଇ ଦେଶ ମଧ୍ୟରେ ତିକ୍ତ ଆଲୋଚନା ଚାଲିଥିଲା।

Share