ଗାଜାର ଶରଣାର୍ଥୀ ଶିବିର ଉପରେ ଏୟାର ଷ୍ଟ୍ରାଇକ, ୧୮ ମୃତ

ଜେରୁଜେଲମ,୧୭।୧୧: ଗାଜାର ଜବାଳିଆ ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ କରିଛି। ଏଥିରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆବାସିକ କୋଠାକୁ ଲକ୍ଷ୍ୟ କରି କରାଯାଇଥିବା ଆକ୍ରମଣରେ ଅତି କମରେ ୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଇସ୍ରାଏଲର ଏୟାର ଷ୍ଟ୍ରାଇକ ଜବାଳିଆ ପାଖରେ ଥିବା ଫାଲୌଜାଙ୍କୁ ଟାର୍ଗେଟ କରି ଆଉ ତିନି ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ବୋଲି ପାଲେଷ୍ଟାଇନ ୱାଫା ନ୍ୟୁଜ ଏଜେନ୍ସି ରିପୋର୍ଟ କରିଛି।

କହିରଖୁଛୁ ଯେ, ଗତ ୪୨ ଦିନ ଧରି ଇସ୍ରାଏଲ ହମାସକୁ ହଟାଇବା ପାଇଁ ଗାଜା ଉପରେ ଏୟାର ଷ୍ଟ୍ରାଇକ କରୁଛି। ଏହି କାରଣରୁ, ଗାଜା ଷ୍ଟ୍ରିପରେ ନିହତ ହୋଇଥିବା ପାଲେଷ୍ଟାଇନୀୟଙ୍କ ସଂଖ୍ୟା ୧୧ ହଜାର ୫୦୦ କୁ ବୃଦ୍ଧି ପାଇଛି। ଏଥିମଧ୍ୟରେ ପ୍ରାୟ ୪,୭୧୦ ଶିଶୁ ଏବଂ ୩୧୬୦ ମହିଳା ଅଛନ୍ତି। ଅନେକ ଦେଶ ମଧ୍ୟ ଇସ୍ରାଏଲର କାର୍ଯ୍ୟକଳାପକୁ ବିରୋଧ କରି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି।

 

Share