ସମସ୍ତ ନେପାଳୀ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯାଇଛି, ମୃତଦେହ ଫେରାଇ ଆଣିବା ପାଇଁ ସାହାଯ୍ୟ ମାଗିଲେ ବୈଦେଶିକ ମନ୍ତ୍ରୀ

କାଠମାଣ୍ଡୁ,୧୧।୧୦: ଇସ୍ରାଏଲରେ ଥିବା ସମସ୍ତ ନେପାଳୀ ଛାତ୍ରଙ୍କୁ ମଙ୍ଗଳବାର ସୁରକ୍ଷିତ ସ୍ଥାନକୁ ପଠାଯାଇଛି ବୋଲି ନେପାଳ ସରକାର କହିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଏନପି ସାଉଦ ତାଙ୍କ ଇସ୍ରାଏଲର ପ୍ରତିପକ୍ଷ ଏଲି କୋହେନଙ୍କୁ ଫୋନ କରି ହମାସ ଆକ୍ରମଣରେ ନିହତ ହୋଇଥିବା ୧୦ ଜଣଙ୍କ ମୃତଦେହ ଫେରାଇ ଆଣିବା ପାଇଁ ସହଯୋଗ ଲୋଡିଛନ୍ତି।

ଇସ୍ରାଏଲରେ ପଢୁଥିବା ନେପାଳୀ ଛାତ୍ରମାନଙ୍କୁ ନେପାଳକୁ ଆଣିବାରେ ସାଉଦ କୋହେନଙ୍କୁ ମଧ୍ୟ ସାହାଯ୍ୟ ମାଗିଛନ୍ତି। ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତ୍ୟାବର୍ତ୍ତନ ଏବଂ ମୃତଦେହକୁ ନେପାଳକୁ ଫେରାଇ ଆଣିବା ପାଇଁ କୋହେନ ମଧ୍ୟ ଆଶ୍ୱାସନା ଦେଇଛନ୍ତି। ନେପାଳର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲ ସେନା ସହାୟତାରେ ଆମେ ସମସ୍ତ ଛାତ୍ରଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛୁ।

Share