Israel-Hamas War: ବାଇଡେନ-ନେତ୍ୟାନାହୁ ୪୫ ମିନିଟ ଆଲୋଚନା, ସାମରିକ ଅପରେଶନକୁ ମନା…

ଓ୍ବାଶିଂଟନ,୧୨।୨ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି। ରାଫେରେ ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି।

ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ରାଷ୍ଟ୍ରପତି ଜୋ ବାଇଡନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ଏବଂ ସେଠାରେ ଆଶ୍ରୟ ନେଉଥିବା ଏକ ମିଲିୟନରୁ ଅଧିକ ଲୋକଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସେ ଇସ୍ରାଏଲକୁ କହିଛନ୍ତି। ସେ କହିଛନ୍ତି ଇସ୍ରାଏଲ ରାଫାରେ ସାମରିକ ଅପରେଶନ ଆରମ୍ଭ କରିବା ଉଚିତ ନୁହେଁ।

ନ୍ୟୁଜ ଏଜେନ୍ସି ରଏଟର୍ସ ଅନୁଯାୟୀ, ବାଇଡେନ ଏବଂ ନେତାନ୍ୟାହୁ ପ୍ରାୟ ୪୫ ମିନିଟ କଥା ହୋଇଥିଲେ। ବାଇଡେନ କହଥିଲେ ଗାଜା ଷ୍ଟ୍ରିପରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ଅଟେ। ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଗାଜାରେ ହମାସ ଦ୍ୱାରା ବନ୍ଧକ ଥିବା ୧୩୨ ଜଣଙ୍କ ମୁକ୍ତିକୁ ନିଶ୍ଚିତ କରିବାକୁ ସେ ଜାରି ରହିଥିବା ପ୍ରୟାସ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

ନେତାନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ସେ ରାଫାଙ୍କୁ ଘଉଡାଇବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଚାରିଟି ହମାସ ବାଟାଲିୟନକୁ ଧ୍ୱଂସ କରିବାକୁ ଯୋଜନା କରିଛନ୍ତି। ହ୍ବାଇଟ ହାଉସ କହିଛି ବାଇଡେନ ଏବଂ ନେତାନ୍ୟାହୁ ଆଗକୁ ଆଲୋଚନା ଜାରି ରଖିବାକୁ ସହମତ ହୋଇଛନ୍ତି।

Share