ଡ୍ରଗ୍ସ ନିଶାରେ ଚୁର ହୋଇ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ, ରିପୋର୍ଟରୁ ହେଲା ଖୁଲାସା

ନୂଆଦିଲ୍ଲୀ,୨୦/୧୦: ୭ ଅକ୍ଟୋବରକୁ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଆରମ୍ଭ ହୋଇଥିବା ଯୁଦ୍ଧ ଏବେ ଜାରି ରହିଛି। ଏହି ଯୁଦ୍ଧରେ ୧୪୦୦ରୁ ଅଧିକ ଇସ୍ରାଏଲିଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ପାଲେଷ୍ଟାଇନ ନାଗରିକ ମୃତ୍ୟୁ ମୁଖରେ ପଡିଛନ୍ତି। ତେବେ ଏହି ଆକ୍ରମଣକୁ ନେଇ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ହମାସର ଯୋଦ୍ଧାମାନେ ପ୍ରଚୁର ଡ୍ରଗ୍ସ ଖାଇ ଇସ୍ରାଏଲରେ ଏଭଳି ଭୟଙ୍କର କାଣ୍ଡ ଘଟାଇଥିଲେ।

ଦି ଜେରୁଜେଲମ ପୋଷ୍ଟର ରିପୋର୍ଟ ଅନୁଯାୟୀ ହମାସର ଯବାନମାନେ କପ୍ଟାଗନ ଟାବଲେଟ ଖାଇ ଆକ୍ରମଣ କରିଥିଲେ। ଏହି ଟାବଲେଟ ଏକ ପ୍ରକାର ସିନ୍ଥେଟିକ ଡ୍ରଗ ଅଟେ। କୁହାଯାଉଛି ଯେ, ଏହି ଆକ୍ରମଣରେ ମୃତ ହମାସ ଯବାନ ମାନଙ୍କଠାରୁ କପ୍ଟାଗନ ଟାବଲେଟ ଉଦ୍ଧାର କରାଯାଇଥିଲା। ଏହି ଟାଵଲେଟକୁ ଗରିବ ମାନଙ୍କର କୋକେନ ମଧ୍ୟ କୁହାଯାଏ। ଏହି ଟାବଲେଟ ଖାଇବା ପରେ ଲାଭ ସମୟ ପର୍ଯ୍ୟନ୍ତ ଭୋକ ହୋଇନଥାଏ ଏବଂ ସେମାନେ ଅଧିକ ସତର୍କ ରହିଥାନ୍ତି।

ଏହି କପ୍ଟାଗନ ଟାବଲେଟ ୨୦୧୫ରେ ଚର୍ଚ୍ଚାରେ ଆସିଥିଲା। ଇସ୍ଲାମିକ ଷ୍ଟେଟ ଆତଙ୍କୀମାନେ କୌଣସି ଘଟଣା ଘଟାଇବା ପୂର୍ବରୁ ଏହି ଟାବଲେଟ ଗ୍ରହଣ କରୁଥିଲେ। ପରେ ଯେତେବେଳେ ଏହି ଟାବଲେଟ ସେମାନଙ୍କ ପାଖରେ ଶେଷ ହୋଇଯାଇଥିଲା ସେ ସମୟରେ ସିରିୟା ଏବଂ ଲେବାନନରେ ଏହାର ଉତ୍ପାଦନ ଏବଂ ଯୋଗାଣ ବଢିଯାଇଥିଲା। କୁହାଯାଉଛି ଯେ, ଗାଜା ହେଉଛି ଏହି ଟାଵଲେଟର ସବୁଠୁ ବଡ଼ ମାର୍କେଟ ଅଟେ ଏବଂ ଏଠାରେ ଯୁବକ ମାନଙ୍କ ମଧ୍ୟରେ ଏହା ବହୁତ ଲୋକପ୍ରିୟ।

 

Share