ଯୁଦ୍ଧ ମଧ୍ୟରେ ହମାସକୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ଉତ୍ତର କୋରିଆ

ପୋଙ୍ଗୟାଙ୍ଗ,୨୦।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧ ମଧ୍ୟରେ ଦାବି ହେଉଛି ଯେ, ହମାସ ଯୋଦ୍ଧାମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ। ଇସ୍ରାଏଲ ଦ୍ୱାରା ଜବତ ହୋଇଥିବା ହମାସ ଭିଡିଓ ଏବଂ ଅସ୍ତ୍ରଶସ୍ତ୍ରରୁ ଜଣାପଡିଛି ଯେ ଉତ୍ତର କୋରିଆ ଉଗ୍ରବାଦୀ ଗୋଷ୍ଠୀକୁ ଅସ୍ତ୍ର ବିକ୍ରୟ କରୁଛି।

ରିପୋର୍ଟ ଅନୁଯାୟୀ, ଯୁଦ୍ଧକ୍ଷେତ୍ରରେ ଧରାଯାଇଥିବା ଅସ୍ତ୍ରଶସ୍ତ୍ରକୁ ମଧ୍ୟ ବିଶ୍ଳେଷଣ କରାଯାଇଛି। ସୂଚନା ଦେଇ ଦକ୍ଷିଣ କୋରିଆର ସାମରିକ ଗୁପ୍ତଚର ସଂସ୍ଥାର ଦୁଇଜଣ ବିଶେଷଜ୍ଞ କହିଛନ୍ତି, ହମାସ ଲୋକମାନେ ଏଫ୍‌-୭ ରକେଟ ଚାଳିତ ଗ୍ରେନେଡ ବ୍ୟବହାର କରୁଛନ୍ତି। ଏହା ସଶସ୍ତ୍ର ଯାନ ବିରୋଧରେ ବ୍ୟବହୃତ ହୁଏ।

୭ ଅକ୍ଟୋବରରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେହି ସମୟ ମଧ୍ୟରେ ସେମାନେ ଇସ୍ରାଏଲ ନାଗରିକଙ୍କ ଉପରେ ନିର୍ଦ୍ଦିଷ୍ଟ ଭାବେ ଗୁଳି ଚଳାଇ ସେମାନଙ୍କ ଘରେ ପ୍ରବେଶ କରି ଲୋକଙ୍କୁ ହତ୍ୟା କରିଥିଲେ। ଆପଣଙ୍କୁ କହିରଖୁଛୁ ଯେ, ଏହି ଆକ୍ରମଣରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ମଧ୍ୟ ଉତ୍ତର କୋରିଆ ସହିତ ଜଡିତ ଅଛି କାରଣ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମୟରେ ଉତ୍ତର କୋରିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆକୁ ଅସ୍ତ୍ର ଯୋଗାଇ ଦେଇଥିଲା। ତେବେ ଉତ୍ତର କୋରିଆ ଏହାକୁ ଅସ୍ବୀକାର କରୁଛି।

Share