ଗୋଟିଏ ହାତରେ ଇସ୍ରାଏଲରୁ କିଡନାପ ହୋଇଥିବା ଶିଶୁ, ଅନ୍ୟ ହାତରେ ରାଇଫଲ, ଭିଡିଓ ଜାରି କଲେ ହମାସ ଆତଙ୍କବାଦୀ

ଜେରୁଜେଲମ,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣ ପରେ ମୃତ୍ୟୁ ସଂଖ୍ୟା ୧୩୦୦କୁ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜା ଅଞ୍ଚଳରେ ପ୍ରାୟ ଦୁଇ ହଜାର ଲୋକ ପ୍ରାଣ ହରାଇଛନ୍ତି। ହମାସ ଆତଙ୍କବାଦୀମାନେ ମଧ୍ୟ ଇସ୍ରାଏଲର ମହିଳା ଏବଂ ଛୋଟ ପିଲାମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେବେ ଅନ୍ୟପଟେ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇଛି ଯେଉଁଥିରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ପିଲାମାନଙ୍କ ସହ ନଜର ଆସିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଅନେକ ଲୋକ ସେନା ୟୁନିଫର୍ମରେ ନଜର ଆସିଛନ୍ତି, ଯଦିଓ ସେମାନଙ୍କ ଚେହେରା ଅସ୍ପଷ୍ଟ ହୋଇଛି। ଭିଡିଓରେ ଏପରି ଏକ ଘର ଦେଖାଯାଇଛି ଯେଉଁଠାରେ ପାଞ୍ଚ ବର୍ଷରୁ କମ ପିଲାମାନେ ବନ୍ଧକ ରଖିଛନ୍ତି। ହମାସ ଆତଙ୍କବାଦୀମାନେ ଏହି ପିଲାମାନଙ୍କୁ କୋଳରେ ଧରି ବୁଲାବୁଲି କରୁଥିବା ଦେଖାଯାଇଥିଲା। ସେମାନେ ନିଜ ମଧ୍ୟରେ ଆରବୀରେ କଥାବାର୍ତ୍ତା ହେଉଥିଲେ।
ଏହି ଭିଡିଓର ଶେଷରେ ହମାସ ଆତଙ୍କବାଦୀ ଜଣେ ଶିଶୁକୁ ପାଣି ଦେଉଥିବା ସମୟରେ ତାକୁ ବିସ୍ମିଲ୍ଲାହ କହିବାକୁ କହୁଛନ୍ତି। ଶିଶୁଟି ଏହା କହିବା ସହ ପାଣି କପରୁ ପାଣି ପିଉଛି। ଏ ହେଉଛି ସେହି ଶିଶୁ ଯେକି ଭିଡିଓ ଆରମ୍ଭରେ ଟେବୁଲ ଉପରେ ବସି କାନ୍ଦୁଥିବା ବେଳେ ହମାସ ଆତଙ୍କବାଦୀମାନେ ତା’ର କ୍ଷତ ସ୍ଥାନରେ ପଟି ବାନ୍ଧୁଥିବା ଦେଖାଯାଇଛି।

Share