ଭାରତ ଉପରେ ଅଭିମାନ କଲା ଇସ୍ରାଏଲ! ବଡ଼ ବୟାନ ଦେଲେ ନେତାନ୍ୟାହୁ

ନୂଆଦିଲ୍ଲୀ,୩୧/୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ତତ୍କାଳ ବିରାମ ଲଗାଇବାକୁ ମିଳିତ ଜାତିସଂଘର ଏକ ପ୍ରସ୍ତାବ ଆସିଥିଲା। ଭାରତ ଏହି ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରିନଥିଲା। ଯାହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଭାରତର ଆଭିମୁଖ୍ୟ ଉପରେ ମନ୍ତବ୍ୟ ଦେଇଛନ୍ତି। ସୋମବାର ସେ କହିଛନ୍ତି କୌଣସି ସଭ୍ୟ ରାଷ୍ଟ୍ର, ଯେଉଁଥିରେ ଭାରତ ମଧ୍ୟ ସାମିଲ, ଇସ୍ରାଏଲରେ ଘଟିଥିବା ବର୍ବରତାକୁ କେବେ ସହିବେ ନାହିଁ।

ଏହା ସହିତ ୨୭ ଅକ୍ଟୋବରକୁ ମିଳିତ ଜାତି ସଂଘରେ ଆସିଥିବା ପ୍ରସ୍ତାବକୁ ତ୍ରୁଟିପୂର୍ଣ୍ଣ ବୋଲି କହିଛନ୍ତି। ପ୍ରସ୍ତାବ ଉପରେ ଭାରତ ଭଳି ମିତ୍ର ଦେଶର ଆଭିମୁଖ୍ୟ ବିଷୟରେ ଆଲୋଚନା କରି .. କହିଥିଲେ, ମୋତେ ଲାଗୁଛି ଯେ ସେହି ପ୍ରସ୍ତାବ ଉପରେ ଅନେକ ତ୍ରୁଟି ରହିଥିଲା, ଏବଂ ଏହା ଦେଖିମତେ ଦୁଃଖ ହେଲା କି ଆମର ଅନେକ ମିତ୍ର ରାଷ୍ଟ୍ର ଏହି କଥା ଉପରେ ଜୋର ଦେଇନଥିଲେ କି ଇସ୍ରାଏଲରେ ଯାହା କିଛି ହେଲା ତାହା ନିନ୍ଦନୀୟ, ତାର କଡ଼ା ନିନ୍ଦା ମଧ୍ୟ କରିବାର ଥିଲା। ଏହା ଏପରି ଥିଲା ଯାହାକୁ ଭାରତ ଭଳି ସଭ୍ୟ ରାତ୍ର କେବେ ସହିବେ ନାହିଁ..ଏଥିପାଇଁ ମୋତେ ଲାଗୁଛି ଯେ, ଆଗକୁ ଏହି କଥାର ପୁନରାବୃତି ହେବ ନାହିଁ।

ନେତାନ୍ୟାହୁ ଆହୁରି ମଧ୍ୟ କହିଛନ୍ତି, ‘ଯେପରି ପର୍ଲ ହାର୍ବର ବିସ୍ଫୋରଣ କିମ୍ବା ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ରାଜି ହେବ ନାହିଁ, ସେହିପରି ଇସ୍ରାଏଲ ମଧ୍ୟ ହାମାସ ସହିତ ଶତ୍ରୁତା ସମାପ୍ତ କରିବାକୁ ରାଜି ହେବ ନାହିଁ। ଶତ୍ରୁତା ସମାପ୍ତ କରିବାକୁ ଇସ୍ରାଏଲ୍ କଦାପି ରାଜି ହେବ ନାହିଁ…।

Share