୨୫ ପଣବନ୍ଦୀ ମୁକ୍ତ

ଜେରୁଜେଲମ/ଗାଜା ସିଟି,୨୫ା୧୧: ଇସ୍ରାଏଲ-ହମାସ୍‌ ଯୁଦ୍ଧର ୭ ସପ୍ତାହ ପରେ ଶୁକ୍ରବାର ସ୍ଥାନୀୟ ସମୟ ସକାଳ ୭ଟାରୁ ୪ ଦିନିଆ ଅସ୍ତ୍ରବିରତି ଆରମ୍ଭ ହୋଇଛି। ଏଥିସହ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍‌ ମୁକ୍ତ କରିଛି। ସେହପରି ଥାଇଲାଣ୍ଡର ୧୨ ପଣବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯାଇଥିବା ଥାଇ ପ୍ରଧାନମନ୍ତ୍ରୀ ସ୍ରେଥା ଥାଭିସିନ୍‌ ସୂଚନା ଦେଇଛନ୍ତି।
୭ରେ ହମାସ୍‌ ଆତଙ୍କବାଦୀମାନେ ଇସ୍ରାଏଲରୁ ପ୍ରାୟ ୨୪୦ ଜଣଙ୍କୁ ଅପହରଣ କରି ପଣବନ୍ଦୀ ରଖିଥିଲେ। ପୂର୍ବରୁ ସେମାନେ ୪ ଜଣଙ୍କୁ ଛାଡ଼ିଥିଲେ। କାତାର, ଇଜିପ୍ଟ ଓ ଆମେରିକା ମଧ୍ୟସ୍ଥତାରେ ସନ୍ଧି ସଫଳ ହେବା ପରେ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହମାସ୍‌ ମୁକ୍ତ କରିଛି। ଏହି କୂଟନୈତିକ ସଫଳତା ଯୋଗୁ ଗାଜାର ପ୍ରାୟ ୨.୩ ନିୟୁତ ପାଲେଷ୍ଟିନୀୟଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ବଦଳରେ ଇସ୍ରାଏଲ ମଧ୍ୟ ନିଜ ଜେଲରୁ ୧୫୦ ପଲେଷ୍ଟିନୀୟଙ୍କୁ ମୁକ୍ତ କରିଛି। ଇସ୍ରାଏଲ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଣ୍ଟରନ୍ୟାଶନାଲ କମିଟି ଫର୍‌ ରେଡ୍‌ କ୍ରସ୍‌କୁ ୧୩ ଇସ୍ରାଏଲୀ ପଣବନ୍ଦୀଙ୍କୁ ହସ୍ତାନ୍ତର କରାଯାଇଛି। ସେମାନେ ଇଜିପ୍ଟ ସୀମାନ୍ତ ରାଫାହ ବର୍ଡର କ୍ରସିଂ ଦେଇ ଫେରିଛନ୍ତି। ମୁକ୍ତ ହୋଇଥିବା ଇସ୍ରାଏଲୀ ମହିଳା ଓ ଶିଶୁମାନଙ୍କୁ ଏକ ହସ୍ପିଟାଲକୁ ନିଆଯାଇଛି।

Share