ଲେବାନନରେ ମିଶାଇଲ ମାଡରେ ଖବରଦାତାଙ୍କ ମୃତ୍ୟୁ, ୬ ଆହତ

ଓ୍ବାଶିଂଟନ,୧୪।୧୦: ଦକ୍ଷିଣ ଲେବାନନରେ ଶୁକ୍ରବାର ଏକ ମିଶାଇଲ ମାଡରେ ନ୍ୟୁଜ ଏଜେନ୍ସି ରୟଟର୍ସର ଜଣେ ଭିଡିଓ ଜର୍ନାଲିଷ୍ଟଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଅନ୍ୟ ୬ ଜଣ ଖବରଦାତା ଆହତ ବି ହୋଇଛନ୍ତି। କୁହାଯାଉଛି କି ଇସ୍ରାଏଲ ପକ୍ଷରୁ କରାଯାଇଥିବା ମିଶାଇଲ ମାଡରେ ଏମିତି ଘଟଣା ଘଟିଛି। ମୃତକ ହେଲେ ଇସାନ ଅବଦଲ୍ଲାହ। ଆହତ ହୋଇଥିବା ଖବରଦାତାଙ୍କ ମଧ୍ୟରେ ଅଲ ଜଜିରା ଓ ନ୍ୟୁଜ ଏଜେନ୍ସି ଏଏଫପିର ଖବରଦାତା ରହିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାମ୍ବାଦିକମାନେ ଲେବାନାନର ଆଲମା ଅଲ ଶାବରୁ ରିପୋର୍ଟ କରୁଥିଲେ। ଏହି ଅଞ୍ଚଳ ଇସ୍ରାଏଲ ସୀମାର ନିକଟବର୍ତ୍ତୀ ଏବଂ ଏହିଠାରେ ଇସ୍ରାଏଲ ସେନା ଏବଂ ଲେବାନନ ଆତଙ୍କବାଦୀ ସଂଗଠନ ହିଜବୁଲ ମଧ୍ୟରେ ଲଢେଇ ଚାଲିଛି। ଲେବାନନ ପ୍ରଧାନମନ୍ତ୍ରୀ ନଜୀବ ମିକାତି ଇସ୍ରାଏଲ ଆକ୍ରମଣରେ ସାମ୍ବାଦିକଙ୍କ ଜୀବନ ଯାଇଥିବା ଦାବି କରିଛନ୍ତି। ତେବେ ଇସ୍ରାଏଲର ସୁରକ୍ଷା କର୍ମୀ ଆଇଡିଏଫ ଏ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହିଁ। ମିଳିତ ଜାତିସଂଘରେ ଇସ୍ରାଏଲର ପ୍ରତିନିଧୀ ଗିଲାଦ ଏର୍ଡାନ କହିଛନ୍ତି ଯେ ଅବଶ୍ୟ ଆମେ କାହା ଉପରେ ଆକ୍ରମଣ କିମ୍ବା ହତ୍ୟା କରିବାକୁ ଚାହୁଁନାହୁଁ, କିନ୍ତୁ ଯୁଦ୍ଧ ସମୟରେ ଏପରି ଘଟଣା ଘଟେ। ସେ କହିଛନ୍ତି ଯେ ଇସ୍ରାଏଲ ଘଟଣାର ତଦନ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri