ବର୍ବରତାର ଜବାବ କ୍ରୁରତାରେ ଦେଉଛି ଇସ୍ରାଏଲ, ଉଭୟ ପକ୍ଷ ସହ ରୁଷିଆର ଭଲ ସମ୍ପର୍କ, ବନ୍ଦ କରିପାରନ୍ତି ଯୁଦ୍ଧ, ପୁଟିନଙ୍କ ବୟାନ

ମସ୍କୋ,୧୪।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୁଣି ଥରେ ଇସ୍ରାଏଲ-ହମାସ ଯୁଦ୍ଧ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ପୁଟିନ କହିଛନ୍ତି ଯେ ହମାସ ଇସ୍ରାଏଲ ଉପରେ ର୍ନିଦ୍ଦୟ ଆକ୍ରମଣ କରିଥିଲା କିନ୍ତୁ ବର୍ତ୍ତମାନ ଇସ୍ରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣ ମଧ୍ୟ ନିଷ୍ଠୁର ଅଟେ।
ୟୁକ୍ରେନ ଯୁଦ୍ଧ ଆରମ୍ଭରୁ ପ୍ରଥମ ଥର ପାଇଁ ରୁଷିଆ ରାଷ୍ଟ୍ରପତି ଦେଶ ବାହାରକୁ ଯାଇଛନ୍ତି। କିର୍ଗିଜସ୍ଥାନର ରାଜଧାନୀରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ମଧ୍ୟ ପୂର୍ବରେ କ’ଣ ଘଟୁଛି ରୁଷିଆ ଜାଣିଛି। ଇସ୍ରାଏଲ ଗାଜା ଅଞ୍ଚଳକୁ ଅବରୋଧ କରିଛି। ଇସ୍ରାଏଲ କ୍ରମାଗତ ଭାବରେ ଏୟାର ଷ୍ଟ୍ରାଇକ କରୁଛି।

ଗାଜା ଅଞ୍ଚଳର ଲୋକଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ କହିଛନ୍ତି,ଏହା ଗ୍ରହଣ କରିବା ସହଜ ନୁହେଁ। କଥାବାର୍ତ୍ତା ମାଧ୍ୟମରେ ଇସ୍ରାଏଲ-ଗାଜାରେ ସାମ୍ପ୍ରତିକ ସଙ୍କଟର ସମାଧାନ ପାଇଁ ପୁଟିନ ଆହ୍ବାନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷିଆ ସାହାଯ୍ୟ କରିପାରିବ କାରଣ ଏହାର ଉଭୟ ପକ୍ଷ ସହ ଭଲ ସମ୍ପର୍କ ରହିଛି।
ଏହାପୂର୍ବରୁ ସେ କହିଥିଲେ ଯେ ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଦ୍ୱାରା ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିବ। ପାରମ୍ପାରିକ ଭାବରେ ରୁଷିଆ ଏବଂ ଇସ୍ରାଏଲ ମଧ୍ୟରେ ସମ୍ପର୍କ ମଜବୁତ ହୋଇଛି, କିନ୍ତୁ ପୁଟିନ ୟୁକ୍ରେନରେ ଯୁଦ୍ଧ ଆରମ୍ଭ କରିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଥିଲା।

Share