ଇସ୍ରାଏଲକୁ ଆମେରିକାର ସମର୍ଥନ: ଭୂମଧ୍ୟସାଗରରେ ପହଞ୍ଚିଲା ଆମେରିକାର ନୌସେନା ଜାହାଜ

ଓ୍ବାଶିଂଟନ,୧୧।୧୦: ହମାସ ସହିତ ଇସ୍ରାଏଲର ବିବାଦ ମଧ୍ୟରେ ଆମେରିକାର ନୌସେନା ଜାହାଜ ୟୁଏସ୍‌ଏସ୍‌ ଗୋରାଲ୍ଡ ଆର ଫୋର୍ଡ କ୍ୟାରିଅର ଷ୍ଟ୍ରାଇକ ଗ୍ରୁପ ପୂର୍ବ ଭୂମଧ୍ୟସାଗରରେ ପହଞ୍ଚିଛି। ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, ଏହି ଅଞ୍ଚଳରେ ଆମେରିକାର ନୌସେନା ଜାହାଜ ୟୁଏସ୍‌ଏସ୍‌ ଗୋରାଲ୍ଡ ଆର ଫୋର୍ଡ ଆର ଫୋର୍ଡ (ସିଭିଏନ ୭୮)ର ସହିତ ଆକ୍ରମଣ ଏବଂ ସମର୍ଥନ ବିମାନକୁ ୮ ସ୍କ୍ବାଡ୍ରନ ଏବଂ ଟିକୋଣ୍ଡେରୋଗା ଶ୍ରେଣୀ ଗାଇଡ ମିସାଇଲ କ୍ରୁଜର ୟୁଏସ୍‌ଏସ୍‌ ନାର୍ମଣ୍ଡି (ସିଜି ୬୦ ) ସାମିଲ ରହିଛି।

 

Share