ତୁରନ୍ତ ଅପସାରଣ ରୋଗୀଙ୍କ ଜୀବନକୁ ବିପଦରେ ପକାଇବ: ଇସ୍ରାଏଲର ଚେତାବନୀ ଉପରେ କହିଲେ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ

ଜେନେଭା,୧୪।୧୦: ଇସ୍ରାଏଲ ଉପରେ ହମାସର ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଗାଜା ଷ୍ଟ୍ରିପ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇସ୍ରାଏଲ ସେନା ଉତ୍ତର ଗାଜାରେ ରହୁଥିବା ସାଧାରଣ ନାଗରିକ ଏବଂ ହସ୍ପିଟାଲ ଖାଲି କରିବାକୁ ଚେତାବନୀ ଦେଇଛନ୍ତି। ଏହା ଉପରେ ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ କହିଛନ୍ତି, ଏହା କରିବା ସମ୍ଭବ ନୁହେଁ, କାରଣ ହସ୍ପିଟାଲରେ ଏପରି ଅନେକ ଆହତ ଅଛନ୍ତି, ସେମାନଙ୍କୁ କୌଣସି ପ୍ରକାରେ ହଟାଇବା ସେମାନଙ୍କ ଜୀବନ ନେବା ଭଳି ହେବ।

ଗାଜାରେ କାର୍ଯ୍ୟ କରୁଥିବା ଜାତିସଂଘର ଅଧିକାରୀମାନେ କହିଛନ୍ତି ଯେ, ଉତ୍ତର ଗାଜାରେ ପ୍ରାୟ ୧୧ଲକ୍ଷ ଲୋକ ବାସ କରନ୍ତି ଏବଂ ୨୪ ଘଣ୍ଟା ମଧ୍ୟରେ ସେମାନଙ୍କୁ ସେଠାରୁ ହଟାଇବା କରିବା ସମ୍ଭବ ନୁହେଁ। ସେ ଆହୁରି ମଧ୍ୟ କହିଛନ୍ତି, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଅବସ୍ଥା ଗୁରୁତର ରହିଛି। ଏଭଳି ପରିସ୍ଥିତିରେ ଏହି ଲୋକଙ୍କୁ ଏଠାରୁ ହଟାଇବା ଅର୍ଥ ଗୁରୁତର ଆହତଙ୍କ ଜୀବନ ନେବା।

Share