ହମାସ୍‌ କବ୍ଜାରେ ଅଛନ୍ତି ୯ ବର୍ଷର ଝିଅ: ମୁକ୍ତ ପାଇଁ ଆକୁଳ ନିବେଦନ କଲେ ବାପା

ଜେରୁଜେଲମ୍‌,୨୪।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଅନେକ ବନ୍ଧକଙ୍କୁ ମୁକ୍ତ କରାଯିବ। ହମାସ୍‌ କବ୍ଜାରେ ଜଣେ ୯ ବର୍ଷର ଝିଅ ଏମିଲି ହ୍ୟାଣ୍ଡ ଅଛନ୍ତି। ଝିଅ ମୁକ୍ତ ପାଇଁ ଆକୁଳ ନିଦେନ କରିଛନ୍ତି। ଗତ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ହମାସ ଏମିଲି ହ୍ୟାଣ୍ଡଙ୍କୁ ଅପହରଣ କରି ନେଇଥିଲେ। ଦୁଇ ଦିନ ମଧ୍ୟରେ ଚାରି ଦିନିଆ ଅସ୍ତ୍ରବିରତି ଚୁକ୍ତି ଖବର ଆସିବା ପରେ ଏମିଲିଙ୍କ ପିତା ଥୋମାସ ହ୍ୟାଣ୍ଡ ଖୁସି ହୋଇପଡିଛନ୍ତି। ଚୁକ୍ତିନାମା ଅନୁଯାୟୀ, ହମାସ ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବ। କେଉଁମାନେ ଏଥିରେ ସାମିଲ ହେବେ ତାହାର ବହୁତ ସ୍ପଷ୍ଟ ବିବରଣୀ ଦିଆଯାଇ ନାହିଁ।
ଥେଶମାସ କହିଛନ୍ତି,ଉଭୟ ପକ୍ଷର ସମ୍ପୃକ୍ତ ସମସ୍ତଙ୍କ ପାଇଁ ଏହା ଭଲ ହେବ ବୋଲି ଥୋମାସ କହିଛନ୍ତି। ଏହା ମୋତେ ଭରସା ଦେଇଛି କିନ୍ତୁ ମୁଁ ଝିଅକୁ ଦେଖିବା ଏବଂ ଛୁଇଁବା ପର୍ଯ୍ୟନ୍ତ ମୁଁ କିଛି ବିଶ୍ୱାସ କରିବି ନାହିଁ। ମୁଁ ଇସ୍ରାଏଲ ସରକାର ଏବଂ ସେନାକୁ ଅନୁରୋଧ କରୁଛି ମୋ ଝିଅକୁ ମୁକ୍ତ କରନ୍ତୁ।

Share