କୋଭିଡ୍‌ ଟିକାର ଚତୁର୍ଥ ଡୋଜ୍‌ ଦେବାକୁ ଘୋଷଣା କଲା ଇସ୍ରାଏଲ

ଇସ୍ରାଏଲ,୨୨।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ବିସ୍ତାରକୁ ନେଇ ଦେଶରେ ଚିନ୍ତା ବଢାଇଛି। ଏହାରି ମଧ୍ୟରେ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ କୋଭିଡ ଟିକାର ଚତୁର୍ଥ ଡୋଜ୍‌ ଦିଆଯିବା ନେଇ ଇସ୍ରାଏଲ ଘୋଷଣା କରିଛି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିଶେଷଜ୍ଞ ଏହାକୁ ସୁପାରିସ କରିଛନ୍ତି। ଯାହାକୁ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ଟ ସ୍ବାଗତ କରିଛନ୍ତି। ତେବେ ଏଭଳି ପଦକ୍ଷେପ ଓମିକ୍ରନ ବ୍ୟାପିବାକୁ ଦୂର କରିବାରେ ସାହାଯ୍ୟ କରିବ। ସମୟ ନଷ୍ଟ ନ କରି ଟିକାକରଣ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ବେନେଟ୍ଟ କହିଛନ୍ତି। ମଙ୍ଗଳବାର ଇସ୍ରାଏଲର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କ ଓମିକ୍ରନରେ ମୃତ୍ୟୁ ହେବା ପରେ ଚିନ୍ତା ବଢାଇଛି।

Share