ଗାଜାରେ ଆକ୍ରମଣକୁ ତୀବ୍ର କଲା ଇସ୍ରାଏଲ, ୨୪ ଘଣ୍ଟାରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦାବି

ଜେରୁଜେଲମ,୪।୧୨: ଗତ ୨୪ଘଣ୍ଟା ମଧ୍ୟରେ ଗାଜାରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଶତାଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଗାଜାର ଦ୍ୱିତୀୟ ବୃହତ୍ତମ ସହର ଖାନ ୟୁନିସ ଆଖପାଖ ଅଞ୍ଚଳକୁ ଖାଲି କରିବାକୁ ଇସ୍ରାଏଲ ସୈନ୍ୟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଅଲ-ଜଜିରା ଗାଜାରେ ଥିବା ରାଜ୍ୟ ଗଣମାଧ୍ୟମ କାର୍ଯ୍ୟାଳୟର ମହାନିର୍ଦ୍ଦେଶକଙ୍କୁ କହିଛନ୍ତି ଯେ, ଶୁକ୍ରବାର ଦିନ ସାତ ଦିନିଆ ଯୁଦ୍ଧ ବିରତି ପରେ ଇସ୍ରାଏଲ ବୋମା ବିସ୍ଫୋରଣ ଆରମ୍ଭ କରିବା କରିଛି। ଯେଉଁଥିରେ ୭୦୦ ରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ଗାଜାରେ ସାମରିକ ଆକ୍ରମଣ ଆରମ୍ଭ କରିବା ପରଠାରୁ ୧.୫ ମିଲିୟନରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତର ଗାଜାରୁ ଆସିଛନ୍ତି।

Share