ଗାଜା ଉପରେ ଦୁଇ ପଟରୁ ଆକ୍ରମଣ କରୁଛି ଇସ୍ରାଏଲ, ହମାସ କମାଣ୍ଡର ସମେତ ଅନେକେ ଆତଙ୍କବାଦୀ ନିହତ

ଜେରୁଜେଲମ,୩୧।୧୦: ଉତ୍ତର ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଅପରେସନ ସହିତ ଇସ୍ରାଏଲ ସେନା ଏୟାର ଷ୍ଟ୍ରାଇକ ବୃଦ୍ଧି କରିଛି। ଇସ୍ରାଏଲ ସେନା ଟ୍ୟାଙ୍କ ଏବଂ ସଶସ୍ତ୍ର ଯାନ ସହିତ ଗାଜାର ମୁଖ୍ୟ ରାସ୍ତା ଏବଂ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଆକ୍ରମଣ ଜୋରଦାର କରିଛନ୍ତି।
ଉତ୍ତର-ଦକ୍ଷିଣ ଗାଜା ଷ୍ଟ୍ରିପକୁ ସଂଯୋଗ କରୁଥିବା ରାଜପଥରେ ଟ୍ୟାଙ୍କ ମଧ୍ୟ ନିୟୋଜିତ କରାଯାଇଛି। ଗାଜା ଉପରେ ଦୁଇପଟରୁ ଆକ୍ରମଣ ଜାରି ରହିଛି। ଏଥି ସହିତ ଲେବାନନର ହିଜବୁଲ ଏବଂ ସିରିଆରେ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଉପରେ ମଧ୍ୟ ବୋମା ବିସ୍ଫୋରଣ କରାଯାଇଛି।

ଇସ୍ରାଏଲ ସେନା କହିଛି ଯେ ଗାଜାର ପୂର୍ବ-ପଶ୍ଚିମ ଦିଗରୁ ଏହା ଆକ୍ରମଣ କରିଛି। ଯୁଦ୍ଧ ବିମାନ ୬୦୦ରୁ ଅଧିକ ହମାସ ସ୍ଥିତିକୁ ଟାର୍ଗେଟ କରିଛି। ଇସ୍ରାଏଲର ସାମରିକ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି ଯେ ଆମେ ସ୍ଥଳଭାଗରେ ଅଗ୍ରଗତି କରୁଛୁ ଏବଂ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସିଧାସଳଖ ଯୁଦ୍ଧ ଚାଲିଛି। ଏହି ଆକ୍ରମଣରେ ୪ଟପ କମାଣ୍ଡରଙ୍କ ସମେତ ଡଜନେ ଆତଙ୍କବାଦୀ ନିହତ ହୋଇଛନ୍ତି।
ହାମାସର କେନ୍ଦ୍ରୀୟ ଶିବିରରେ ଏହାର ନୌସେନାର ମୁଖ୍ୟ ଜାମିଲ ବାବା, ହମାସର ଆଣ୍ଟି ଟ୍ୟାଙ୍କ ୟୁନିଟର କମାଣ୍ଡର ମହମ୍ମଦ ସଫାଦୀ, ସମାନ ବାଟାଲିୟନର ଅନ୍ୟ କମାଣ୍ଡର ମୁମାନ ହେଗାଜୀ ଏବଂ ହାମାସର ଅସ୍ତ୍ରଶସ୍ତ୍ର ଉତ୍ପାଦନ ମୁଖ୍ୟାଳୟର ବରିଷ୍ଠ କମାଣ୍ଡର ମହମ୍ମଦ ଆୱାଡାଲ୍ଲା ଅଛନ୍ତି। ଓ୍ବେଷ୍ଟ ବ୍ୟାଙ୍କର ଜେନିନରେ ଇସ୍ରାଏଲ ସେନା ସହିତ ହମାସ ଏବଂ ଇସଲାମିକ ଜିହାଦ ମଧ୍ୟ ଲଢୁଛନ୍ତି। ଏଠାରେ ୧୧୦ ରୁ ଅଧିକ ପାଲେଷ୍ଟାଇନବାସୀ ନିହତ ହୋଇଛନ୍ତି।

Share