ଗାଜାରେ ଆତ୍ମରକ୍ଷା ନୁହେଁ ଆକ୍ରମଣ କରୁଛି ଇସ୍ରାଏଲ: ଚାଇନାର ଅଭିଯୋଗ…

ବେଜିଂ,୧୫।୧୦ : (୦୧) ଇସ୍ରାଏଲ ଉପରେ ହମାସର ହଠାତ ଆକ୍ରମଣ ପରେ ପରିସ୍ଥିତି ବିଗିଡି ଯାଉଛି। ବର୍ତ୍ତମାନ ଏକ ସପ୍ତାହରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ବିବାଦ ଚାଲିଛି। ଏପର୍ଯ୍ୟନ୍ତ ୩,୩୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ବର୍ତ୍ତମାନ ଚାଇନା ଇସ୍ରାଏଲର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି। ଚାଇନା ଅଭିଯୋଗ କରିଛି ଇସ୍ରାଏଲର କାର୍ଯ୍ୟ ଆତ୍ମରକ୍ଷା ସୀମା ବାହାରେ। ଗାଜାରେ ଆତ୍ମରକ୍ଷା ନୁହେଁ ଆକ୍ରମଣ କରୁଛି ଇସ୍ରାଏଲ।

ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ରବିବାର ଇସ୍ରାଏଲ ସରକାରଙ୍କୁ କହିଛନ୍ତି ବର୍ତ୍ତମାନ ଗାଜାବାସୀଙ୍କୁ ସାମୁହିକ ଦଣ୍ଡ ଦେବା ବନ୍ଦ କରିବା ଉଚିତ

ସୂଚନାଯୋଗ୍ୟ ହାମାସ ଦ୍ୱାରା ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧,୩୦୦ ରୁ ଅଧିକ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ଗାଜା ଅଞ୍ଚଳରେ ପ୍ରାୟ ୨୦୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହି ପରିସ୍ଥିତି ମଧ୍ୟରେ ଅନେକ ଦେଶ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଉଦ୍ଧାର କାର୍ଯ୍ୟ କରୁଛନ୍ତି। ଭାରତ ସହିତ ବ୍ରିଟେନ ଏବଂ ଅନ୍ୟ କେତେକ ପାଶ୍ଚାତ୍ୟ ଦେଶ ବିମାନ ମାଧ୍ୟମରେ ନିଜ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି।

 

Share