ଅଲଜଜିରା ନ୍ୟୁଜ ସଂସ୍ଥା ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଇସ୍ରାଏଲ ସଞ୍ଚାର ମନ୍ତ୍ରୀ ଶ୍ଲୋମୋ କରହ

ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଜିକୁ ୯ଦିନ ଧରି ଯୁଦ୍ଧ ଜାରି ରହିଛି। ସେପଟେ ରବିବାର ଇସ୍ରାଏଲର ସଞ୍ଚାର ମନ୍ତ୍ରୀ ଅଲଜଜିରା ନ୍ୟୁଜ ଚ୍ୟାନେଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ସ୍ଥାନୀୟ ବ୍ୟୁରୋକୁ ବନ୍ଦ କରିବାକୁ ଦାବି କରିଛନ୍ତି।
ସଞ୍ଚାର ମନ୍ତ୍ରୀ ଶ୍ଲୋମୋ କରହି, ହମାସ ସମର୍ଥକଙ୍କୁ ଉତ୍ତେଜିତ କରିବା ଓ ଗାଜାଠାରୁ ସମ୍ଭାବ୍ୟ ଆକ୍ରମଣ ପାଇଁ ଇସ୍ରାଏଲ ନୈନ୍ୟମାନଙ୍କ ରଣନୀତିକୁ ଉଜାଗର କରିଥିବା ଅଲଜଜିରା ଉପରେ ଅଭିଯୋଗ ଆଣିଛନ୍ତି।

କରହି କହିଛନ୍ତି, ଅଲଜଜିରାକୁ ବନ୍ଦ କରିବାକୁ ପ୍ରସ୍ତାବକୁ ଇସ୍ରାଏଲର ସୁରକ୍ଷା ଅଧିକାରୀ ସମୀକ୍ଷା କରିଛନ୍ତି। ବର୍ତ୍ତମାନ ଏହାକୁ ଆଇନ ବିଶେଷଜ୍ଞମାନେ ସମୀକ୍ଷା କରୁଛନ୍ତି। ପରେ ସେ ଏହାକୁ କ୍ୟାବିନେଟକୁ ଆଣିବେ ବୋଲି କହିଛନ୍ତି। ଏପର୍ଯ୍ୟନ୍ତ ଅଲଜଜିରା ଏନେଇ କୌଣସି ବୟାନ ଦେଇନାହିଁ।

Share