ଗାଜାର ଅଧିକ ଅଞ୍ଚଳ ଖାଲି କରିବାକୁ ଇସ୍ରାଏଲ୍‌ର ନିର୍ଦ୍ଦେଶ

ଡେଇର୍‌ ଅଲ୍‌-ବାଲାହ,୧୨ା୮: ଯୁଦ୍ଧରେ ଘରଦ୍ୱାର ହରାଇ ଗାଜା ସହରର ଏକ ସ୍କୁଲରେ ଆଶ୍ରୟ ନେଇଥିବା ଶତାଧିକ ଲୋକ ଶନିବାର ଇସ୍ରାଏଲ୍‌ ସେନାର ଏୟାରଷ୍ଟ୍ରାଇକ୍‌ରେ ପ୍ରାଣ ହରାଇଥିଲେ। ଉକ୍ତ ସ୍କୁଲ ପରିସରରେ ହମାସ୍‌ ଆତଙ୍କବାଦୀ ରହୁଥିଲେ ଏବଂ ଆକ୍ରମଣରେ ୧୯ ଆତଙ୍କବାଦୀ ନିହତ ହୋଇଥିବା ଇସ୍ରାଏଲ୍‌ ଦାବି କରିଛି। ଇସ୍ରାଏଲ୍‌ ସେନା ଦକ୍ଷିଣ ଗାଜାରେ ଆକ୍ରମଣକୁ ଜୋର୍‌ଦାର କରିବାକୁ ଯାଉଥିବାରୁ ବ୍ୟାପକ ଅଞ୍ଚଳ ଖାଲି କରିବା ପାଇଁ ରବିବାର ନିର୍ଦ୍ଦେଶନାମା ଜାରି କରିଛି। ହମାସ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ୧୦ ମାସ ଧରି ଯୁଦ୍ଧ ଲାଗିରହିଥିବାବେଳେ ୨୩ ଲକ୍ଷ ପାଲେଷ୍ଟିନୀୟଙ୍କ ମଧ୍ୟରୁ ଅଧିକାଂଶ ଘରଦ୍ୱାର ହରାଇ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଛନ୍ତି। ହମାସ୍‌ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ମଧ୍ୟରେ ଲୁଚି ରହି ଆକ୍ରମଣ ଚଳାଇଥିବାରୁ ଗାଜାର ଦ୍ୱିତୀୟ ବୃହତ୍‌ ସହର ଖାନ୍‌ ୟୁନିସ୍‌କୁ ଖାଲି କରିବା ପାଇଁ ଇସ୍ରାଏଲ୍‌ ସେନା ନିର୍ଦ୍ଦେଶ ଦେଇଛି।

Share