Categories: ଜାତୀୟ

ପାକିସ୍ତାନ-ଆଫଗାନିସ୍ତାନରେ ମେଣ୍ଟ ସରକାର ଗଠନ କରୁ କଂଗ୍ରେସ: ହିମନ୍ତ ବିଶ୍ୱ ସରମା

ଗୁଆହାଟି,୧୩।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଭାରତରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଭାଜପା ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କଂଗ୍ରେସ ପାଲେଷ୍ଟାନୀୟଙ୍କୁ ସମର୍ଥନ ଜଣାଇଛି। ଏନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା। ସେ କହିଛନ୍ତି, ଆଫଗାନିସ୍ତାନ ଏବଂ ପାକିସ୍ତାନରେ କଂଗ୍ରେସ ଏକ ମେଣ୍ଟ ସରକାର ଗଠନ କରିବା ଉଚିତ୍‌।
ଏକ ସାମ୍ବାଦିକ ସମ୍ମିଳନୀରେ ହିମନ୍ତ କହିଛନ୍ତି, ପାଲେଷ୍ଟାଇନ ବିଷୟରେ କହିବା ପୂର୍ବରୁ ଇସ୍ରାଏଲରେ ହମାସ କରିଥିବା ଆତଙ୍କବାଦୀ ଆକ୍ରମଣକୁ କଂଗ୍ରେସ ନିନ୍ଦା କରିବା ଉଚିତ୍‌। ମହିଳା ଏବଂ ଶିଶୁଙ୍କୁ ବନ୍ଧକ ରଖିବା ନେଇ କଂଗ୍ରେସ ହମାସକୁ ନିନ୍ଦା କରିବା ଆବଶ୍ୟକ।

ପାଲିଷ୍ଟାନୀୟଙ୍କୁ ସମର୍ଥନ କରି ପ୍ରସ୍ତାବ ପାରିତ କରିଥିବା କଂଗ୍ରେସ ଆତଙ୍କବାଦ, ହମାସ, ବନ୍ଧକ ମହିଳା ଏବଂ ଶିଶୁଙ୍କ ବିଷୟରେ ପ୍ରସ୍ତାବରେ କୌଣସି ଉଲ୍ଲେଖ କରିନାହ। ଆଫଗାନିସ୍ତାନରେ ତାଲିବାନ ଓ ପାକିସ୍ଥାନରେ ଇମ୍ରାନ ଖାନ କିମ୍ବା ଶାହବାଜ ସରିଫଙ୍କ ପରେ କଂଗ୍ରେସ ସେଠାରେ ପରବର୍ତ୍ତୀ ମେଣ୍ଟ ସରକାର ଗଠନ କରିବା ଉଚିତ। ଆପତ୍ତିଜନକ ରାଜନୀତି ପାଇଁ ଦେଶର ସ୍ବାର୍ଥକୁ ବଳି ଦେବା କଂଗ୍ରେସର ଡିଏନଏରେ ଅଛି ବୋଲି ହିମନ୍ତ ଅଭିଯୋଗ କରିଛନ୍ତି।

Share