ଜେରୁଜେଲମ,୮।୧୦: ଶନିବାର ଇସ୍ରାଏଲର ତେଲ ଆଭିବ ଉପରେ ହାମାସ ଆକ୍ରମଣ ପରେ ଏୟାର ଇଣ୍ଡିଆ ନୂଆଦିଲ୍ଲୀରୁ ସେଠାକୁ ଯାଉଥିବା ବିମାନକୁ ବାତିଲ କରିଦେଇଛି। ଏହି ବିମାନ ତେଲ ଆଭିଭକୁ ପାଞ୍ଚଟି ସାପ୍ତାହିକ ବିମାନ ଚଳାଚଳ କରିଥାଏ। ଏହି ବିମାନଗୁଡ଼ିକ ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାରରେ କାର୍ଯ୍ୟ କରେ।କମ୍ପାନୀ ମୁଖପାତ୍ର କହିଛନ୍ତି ଯେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶନିବାର ନୂଆଦିଲ୍ଲୀରୁ ତେଲ ଆଭିବକୁ ବିମାନ ନମ୍ବର AI 139 ଏବଂ ଫେରସ୍ତ AI 140 କୁ ବାତିଲ କରାଯାଇଛି।
ଫ୍ଲାଇଟ AI 139 ଶନିବାର ଭାରତୀୟ ସମୟ ୩ଟା ୩୫ରେ ଏବଂ ତେଲ ଆଭିଭରୁ ଫେରିବା ବିମାନ ଇସ୍ରାଏଲ ସମୟ ୧୦ଟା ୧୦ରେ ଥିଲା। ଦିଲ୍ଲୀ ଏବଂ ତେଲ ଆଭିବ ମଧ୍ୟରେ ପ୍ରାୟ ୨.୩୦ ଘଣ୍ଟାର ପାର୍ଥକ୍ୟ ଅଛି। ଏୟାର ଇଣ୍ଡିଆ ମୁଖପାତ୍ରଙ୍କ ଅନୁଯାୟୀ ଯାତ୍ରୀମାନଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯାଉଛି।