ଇସ୍ରାଏଲ-ଗାଜାରେ ୪୮ ଘଣ୍ଟାରେ ୧୧୦୦ରୁ ଅଧିକ ମୃତ୍ୟୁ, ଲକ୍ଷ ଲକ୍ଷ ଲୋକ ହରାଇଲେ ବାସସ୍ଥାନ

ଜେରୁଜେଲମ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ, ଗାଜା ଷ୍ଟ୍ରିପରେ ଆତଙ୍କବାଦୀଙ୍କ ବିରୋଧରେ ଇସ୍ରାଏଲ ଦ୍ୱାରା ନିଆଯାଇଥିବା କାର୍ଯ୍ୟର ପ୍ରଭାବ ମଧ୍ୟ ଦେଖାଯାଉଛି। ଏହି ବିବାଦରେ ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ୧୧୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ବୋଲି କୁହାଯାଉଛି। ଇସ୍ରାଏଲରେ ଏପର୍ଯ୍ୟନ୍ତ ୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗାଜା ଷ୍ଟ୍ରିପରେ ୪୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Share