Categories: ଜାତୀୟ

ଇସ୍ରାଏଲ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ୧୪ ଅକ୍ଟୋବର ପର୍ଯ୍ୟନ୍ତ ରଦ୍ଦ

ନୂଆଦିଲ୍ଲୀ,୮।୧୦: ଉଗ୍ରବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ରକେଟ ମାଡ କରିଛି ଯେଉଁଥିରେ ୩୦୦ରୁ ଅଧିକ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସଙ୍କ ଏହି ଆକ୍ରମଣକୁ ଯୁଦ୍ଧ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଇସ୍ରାଏଲ ଯେକୌଣସି ପ୍ରକାର ବିପଦର ମୁକାବିଲା କରିବାକୁ ପ୍ରସ୍ତୁତ ଏବଂ ବର୍ତ୍ତମାନ ହମାସକୁ ଏହାର ମୂଲ୍ୟ ଦେବାକୁ ପଡିବ। ଏହି ସମୟରେ, ପ୍ରତିଶୋଧ ନେବାକୁ ଇସ୍ରାଏଲ ୪୦୦ରୁ ଅଧିକ ପାଲେଷ୍ଟାଇନ ଉଗ୍ରବାଦୀଙ୍କୁ ହତ୍ୟା କରିଛି। ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଇସ୍ରାଏଲ ଏବଂ ଗାଜା ଅଞ୍ଚଳରେ ୪୦୦ରୁ ଅଧିକ ପାଲେଷ୍ଟାଇନ ଆତଙ୍କବାଦୀ ନିହତ ହୋଇଛନ୍ତି।
ଏହି ସମୟରେ ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଇସ୍ରାଏଲକୁ ବିମାନ ଚଳାଚଳ ସ୍ଥଗିତ ରଖିଛି। ସୂଚନା ପ୍ରଦାନ କରି ଏୟାର ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ ଇସ୍ରାଏଲର ରାଜଧାନୀ ତେଲ ଆଭିବକୁ ଯାଉଥିବା ବିମାନ ଉଡ଼ାଣ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ସେ କହିଛନ୍ତି ଯେ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ପ୍ରାଥମିକତା। ମୁଖପାତ୍ର କହିଛନ୍ତି ଯେ ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ ନିଶ୍ଚିତ ବୁକିଂକୁ ସମ୍ପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ।

Share