ଇସ୍ରାଏଲରେ ପବ୍‌ଜୀ ଶୈଳୀରେ ଆକ୍ରମଣ; ଭିଡିଓ ଗେମ୍‌ ଭଳି ସୀମା ଡେଇଁ ଅନୁପ୍ରବେଶ କରିଥିଲେ ହମାସ ବିଦ୍ରୋହୀ; ଦେଖନ୍ତୁ ଭିଡିଓ

ଜେରୁଜେଲମ,୮।୧୦: ଇସ୍ରାଏଲ ଉପରେ ଜୋରଦାର ଆକ୍ରମଣ କରି ଯୁଦ୍ଧ ଘୋଷଣା କରିଛି ହମାସ। ବିଦ୍ରୋହୀମାନେ ଇସ୍ରାଏଲ ସୀମାରେ ଲାଗିଥିବା ତାରକୁ ନଷ୍ଟ କରି ଦେଶରେ ପଶି ଆତଙ୍କ ଖେଳାଇଥିଲେ। ଏହାର ଏକ ଭିଡିଓ ହମାସ ପକ୍ଷରୁ ଜାରି କରାଯାଇଛି। ଉକ୍ତ ଭିଡିଓରେ ବିଦ୍ରୋହୀମାନେ କିଭଳି ପବ୍‌ଜୀ ଖେଳ ଭଳି ସୀମା ଭିତରେ ଅନୁପ୍ରବେଶ କରୁଛନ୍ତି ତାହା ଦେଖାଯାଇଛି। ସେମାନଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ବେଳେ ସେମାନେ ଗୁଳି ଚଳାଉଛନ୍ତି। ଏହାଛଡ଼ା ସେମାନଙ୍କର କାନ୍ଥ ପଛରେ ଲୁଚି ଆକ୍ରମଣ କରିବାର ଶୈଳୀ ପବ୍‌ଜୀ ଖେଳ ଭଳି ଲାଗୁଛି।

ପୂର୍ବରୁ ୨୦୨୧ରେ ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏଥିରେ ହଜାର ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିଲା। ଏଥର ହମାସର ବିଦ୍ରୋହୀମାନେ ‘ଅଲ-ଅକ୍ସା ଷ୍ଟୋର୍ମ’ ନାମରେ ଇସ୍ରାଏଲ ଉପରେ ସାମରିକ ଅପରେଶନ ଆରମ୍ଭ କରିଛନ୍ତି। ଏଥିରେ ଠିକ୍‌ ପବ୍‌ଜୀ ଭଳି ବିଦ୍ରୋହୀମାନେ ପରସ୍ପରର ସହାୟତା କରୁଥିବା ଦେଖାଯାଉଛି। ଅପରପକ୍ଷେ ହମାସର ବିଦ୍ରୋହୀମାନେ ଇସ୍ରାଏଲର ସୈନିକ ଏବଂ ସାଧାରଣ ନାଗରିକଙ୍କୁ ବନ୍ଦୀ କରି ନେଇଛନ୍ତି। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share