ଇସ୍ରାଏଲୀଙ୍କୁ ହୁଏନି ସହଜରେ ରୋଗ, ବଞ୍ଚନ୍ତି ୧୦୦ବର୍ଷ…

ନୂଆଦିଲ୍ଲୀ,୨୫।୧୦ : ହେଲଦି ଡାଇଟ ସହ ହେଲଦି ଏକ୍ସରସାଇଜ ଫିଟ୍‌ ରହିବାର ମୂଳମନ୍ତ୍ର। ସୁଷମ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟାମ କଲେ କୌଣସି ରୋଗ ପାଖ ମାଡେ ନାହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରତିଦିନ ଯୋଗ ପ୍ରାଣାୟମ କରିବା ଦ୍ୱାରା ମଣିଷର ଆୟୁଷ ଅଧିକ ବଢିବା କୌଣସି ରୋଗ ହୋଇ ନ ଥାଏ।
ଏପରି ଏକ ଦେଶ ହେଉଛି ଇସ୍ରାଏଲ। ଏଠାରେ ଲୋକଙ୍କୁ ଖୁବ୍‌ କମ ରୋଗ ହୋଇଥାଏ। WHOର ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ଅଛି ଯେଉଁଠାରେ ଲୋକମାନଙ୍କର ଆୟୁଷ ସମସ୍ତଙ୍କ ଠାରୁ ଅଧିକ।

ଫିଟ୍‌ ରହିବାର ସିକ୍ରେଟ:
ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଲୋକଙ୍କୁ କଣ ଖାଇବା ଉଚିତ୍‌ ଓ କଣ ଖାଇବା ଉଚିତ ନୁହେଁ ତାହା ପରାମର୍ଶ ଦେଇଥାଏ। ଏଠାରେ ସରକାର ଲୋକଙ୍କୁ କମ ଲୁଣ ଖାଇବାକୁ ପରାମର୍ଶ ଦେଇଛନ୍ତି। ଅଧିକ ଲୁଣ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦଘାତ ଏବଂ ଷ୍ଟ୍ରୋକ ହୋଇପାରେ। ତେଣୁ ଲୋକଙ୍କୁ ଲୁଣ ଖାଇବାକୁ ବାରଣ କରାଯାଇଥାଏ।

ଖାଦ୍ୟରେ ପଲିଅନସାଚୁରେଟେଡ ଏବଂ ମୋନୋଅସାଟୁରେଟେଡ ଫ୍ୟାଟ ଥିଲେ ଇସ୍ରାଏଲୀ ତାହାକୁ ଖାଦ୍ୟଭାବରେ ଗ୍ରହଣ କରିଥା’ନ୍ତି। ଏହି ଫ୍ୟାଟ୍‌ ସେମାନଙ୍କୁ ଡି କାନୋଲା, ଅଲିଭ, ସୋୟାବିନ୍ବି, ମକା, ସୂର୍ଯ୍ୟମୁଖୀ , ଫ୍ଲାକ୍ସ ସିଡ୍ସିସ ଅଏଲ ଏବଂ ଆଭୋକାଡୋ, ବାଦାମ, ସଲମାନ ଇତ୍ୟାଦିରେ ମିଳିଥାଏ। ଜିନିଷ କିଣିବାବେଳେ ଲୋକଙ୍କୁ ପ୍ୟାକେଟ ଭଲଭାବରେ ଦେଖି କିଣିବା ପାଇଁ ଇସ୍ରାଏଲ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Share