ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲର ଯୋଜନା, ବଢ଼ିଲା ବୁଲେଟପ୍ରୁଫ ଜ୍ୟାକେଟ ଚାହିଦା…

ଜେରୁଜେଲମ, ୨୧୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଶୀଘ୍ର ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାକୁ ଦୃଷ୍ଟିରେ ରଖି ବୁଲେଟପ୍ରୁଫ ଜ୍ୟାକେଟର ଚାହିଦା ମଧ୍ୟ ବୃଦ୍ଧି ପାଇଛି। କିନ୍ତୁ ସେନା ବୁଲେଟପ୍ରୁଫ ଜ୍ୟାକେଟର ଅଭାବର ସମ୍ମୁଖୀନ ହୋଇଛି।

ବୁଲେଟପ୍ରୁଫ ଜ୍ୟାକେଟ ଉତ୍ପାଦନ କରୁଥିବା ଇସ୍ରାଏଲ କମ୍ପାନୀ ବର୍ତ୍ତମାନର ପରିସ୍ଥିତି ନେଇ ସଙ୍କଟରେ ପଡ଼ିଛନ୍ତି। ବୁଲେଟ ପ୍ରୁଫ ଜ୍ୟାକେଟ ଉତ୍ପାଦନକାରୀ କମ୍ପାନୀଗୁଡିକ ବର୍ତ୍ତମାନର ଚାହିଦା ପୂରଣ କରିବାରେ ଅସମର୍ଥ।

ଯୁଦ୍ଧ ଯୋଜନା ନେଇ ସମଗ୍ର ଦେଶ ଏକତ୍ରିତ ହୋଇଛି। ପୁରୁଷ ଏବଂ ମହିଳାଙ୍କୁ ଜରୁରୀକାଳୀନ ସ୍ଥିତି ଅନ୍ତର୍ଗତ ସେନାରେ ଭର୍ତ୍ତି କରାଯାଇଛି। ସେନା ପାଖରେ ପର୍ଯ୍ୟାପ୍ତ ଉପକରଣି ନାହିଁ। କିନ୍ତୁ ଏସବୁ ଧୀରେ ଧୀରେ ସମସ୍ତ ୟୁନିଟରେ ପହଞ୍ଚୁଛି ।

ଆର୍ମି ରିଜର୍ଭରେ ଉପକରଣର ଆବଶ୍ୟକତା ରହିଛି। ବୁଲେଟପ୍ରୁଫ ଜ୍ୟାକେଟ, ହେଲମେଟ ସହିତ ସହରକୁ ସୁରକ୍ଷା ଦେଉଥିବା ନାଗରିକ ଭିତ୍ତିଭୂମିର ମଧ୍ୟ ଆବଶ୍ୟକତା ରହିଛି। ଦେଣରେ ଏସବୁ ସାମଗ୍ରୀର ବହୁ ଉତ୍ପାଦନକାରୀ କମ୍ପାନୀ ଅଛନ୍ତି। କିନ୍ତୁ ଚାହିଦା ବହୁତ ଅଧିକ ରହିଥିବାରୁ ସ୍ଥିତି ସଙ୍କଟ ଜନକ ହୋଇ ପଡ଼ିଛି।

ଇସ୍ରାଏଲର ପ୍ରାୟ ପ୍ରତ୍ୟେକ ନାଗରିକ ସମଗ୍ର ପରିବାର ପାଇଁ ବୁଲେଟପ୍ରୁଫ ଜ୍ୟାକେଟ ନେଊଛନ୍ତି। ଯାହାଦ୍ୱାରା ପରିବାର ସଦସ୍ୟମାନେ ସୁରକ୍ଷିତ ରହିପାରିବେ। ଯୁଦ୍ଧ ପାଇଁ ଇସ୍ରାଏଲ ୩ ଲକ୍ଷ ରିଜର୍ଭ ସେନାଙ୍କୁ ଡକାଇଛି।

 

 

Share