ଇସ୍ରାଏଲ୍‌ରୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ: ଶିଶୁଙ୍କୁ ଗୁଳି କରି ଜାଳିଦେଲେ

ଜେରୁଜେଲମ,୧୩।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ହେବାର ୬ ଦିନ ବିତିଗଲାଣି। ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏକ ଫଟୋ ଜାରି କରିଛି। ଫଟୋରେ ଶିଶୁଙ୍କୁ ଗୁଳି କରି ଜାଳିଦେଇଛନ୍ତି ହମାସ ଆକ୍ରମଣକାରୀ। ଅନେକ ଫଟୋ ଦେଖାଇ ଇସ୍ରାଏଲ ଦାବି କରିଛି ଯେ, ହମାସ ପିଲାମାନଙ୍କୁ ଟାର୍ଗେଟ୍‌ କରିଛି। ଆମେ ଏହି ଲୋମଟାଙ୍କୁରା ଫଟୋଗୁଡିକ ଦେଖାଇ ପାରିବୁ ନାହିଁ।
ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ତେଲ ଅଭିବ ଗସ୍ତ ସମୟରେ ଇସ୍ରାଏଲ ଏହି ଫଟୋଗୁଡ଼ିକୁ ଦେଖାଇଥିଲା। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତାଙ୍କ ଏକ୍ସ ଆକାଉଣ୍ଟରୁ ଫଟୋ ପ୍ରକାଶ କରି ଲେଖିଛି, ଏଗୁଡ଼ିକ ହେଉଛି କିଛି ଫଟୋ ଯାହା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାର ବୈଦେଶିକ ସଚିବଙ୍କୁ ଦେଖାଇଛନ୍ତି।

Share