ଜେରୁଜେଲମ,୨୭ ।୩: ଇସ୍ରାଏଲରେ ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନକୁ ନେଇ ନେତନ୍ୟାହୁ ସରକାରଙ୍କ ଯୋଜନା ଉପରେ ବିବାଦ ବଢିବାରେ ଲାଗିଛି । ନିକଟରେ ଏହି ଯୋଜନା ବିରୋଧରେ ବୟାନ ଦେଇଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ବରଖାସ୍ତ କରିଛନ୍ତି । ଏବେ ଇସ୍ରାଏଲର ରାଷ୍ଟ୍ରପତି ଇସାକ ହରଯୋଗ ଏହି ବିବାଦୀୟ ଯୋଜନାକୁ ତତ୍କାଳ ରୋକିବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଅପିଲ କରିଛନ୍ତି । ହର୍ଜୋଗ ଚେତାବନୀ ଦେଇଛନ୍ତି କି ଏହି ଯୋଜନା ଯୋଗୁ ଦେଶର ସୁରକ୍ଷା, ଅର୍ଥବ୍ୟବସ୍ଥା ଓ ସମାଜ ବି ବିପଦରେ ପଡି ଯାଇଛି ।
ରାଷ୍ଟ୍ରପତିଙ୍କ ଏହି ଅପିଲ ଏମିତି ସମୟରେ ଆସିଛି ଯେତେବେଳେ ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବେନଜାମିନ ନେତନ୍ୟାହୁ ଏହି ଯୋଜନାକୁ ବିରୋଧ କରିବାରୁ ପ୍ରତିରକ୍ଷା ମନ୍ତ୍ରୀ ୟୋଆବ ଗୌଲେଂଟଙ୍କୁ ବରଖାସ୍ତ କରି ଦେଇଥିଲେ ।
ଗୌଲେଂଟ ନେତନ୍ୟାହୁଙ୍କ ନ୍ୟାୟପାଳିକାରେ ବଦଳିବା ଯୋଜନାକୁ ଦେଶର ସୁରକ୍ଷା ପାଇଁ ବିପଦ ବୋଲି କହିଥିଲେ ।