ନେତାନ୍ୟାହୁଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୧ଲକ୍ଷ ଲୋକ, ମୁସଲମାନଙ୍କ ସମର୍ଥନରେ ବାହାରିଲେ ୟହୁଦି

ଜେରୁଜେଲମ,୨୭।୮: ସାତ ମାସରୁ ଅଧିକ ସମୟ ଧରି ଇସ୍ରାଏଲରେ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ନିକଟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଦେଶର ଆଇନରେ କିଛି ବଡ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଅନୁଯାୟୀ କୋର୍ଟରେ ବିଚାରପତିଙ୍କ ନିଯୁକ୍ତି କରିବା ଏବଂ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିବା ପାଇଁ ଏକ ବ୍ୟବସ୍ଥା କରାଯାଇଛି। ଏହି ପ୍ରସ୍ତାବ ପରଠାରୁ ସମଗ୍ର ଇସ୍ରାଏଲରେ ନେତାନ୍ୟାହୁଙ୍କୁ ବିରୋଧ କରାଯାଇଛି। ତାଙ୍କ ବିରୋଧରେ ଦୁର୍ନୀତି ସହ ଜଡିତ ଅନେକ ମାମଲା ରୁଜୁ କରାଯାଇଛି। କୋର୍ଟରେ ଏହି ମାମଲା ବିଚାରଭୁକ୍ତ ଅଛି।

ଦୁର୍ନୀତିରୁ ମୁକ୍ତି ପାଇବା ପାଇଁ ନେତାନ୍ୟାହୁ ଆଇନରେ ଏଭଳି ସଂଶୋଧନ କରିଛନ୍ତି ବୋଲି ବିରୋଧୀଦଳ ଦାବି କରିଛନ୍ତି। ଏହାକୁ ବିରୋଧ କରିବା ପାଇଁ ଏକ ଲକ୍ଷ ମୁସଲମାନ ଓ ୟହୁଦି ତେଲ ଅଭିବରେ ଏକାଠି ହୋଇଛନ୍ତି। ଏଠାରେ ନେତାମାନେ ମହିଳା ଅଧିକାର ଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ସ୍ବର ଉଠାଇଛନ୍ତି। ଆରବ ସମ୍ପ୍ରଦାୟରେ ଦିନକୁ ଦିନ ବଢୁଥିବା ହିଂସା ଉପରେ ମଧ୍ୟ ଆଲୋଚନା ହୋଇଛି। ଚଳିତ ବର୍ଷ, ୯ ମାସ ମଧ୍ୟରେ, ୧୬୦ରୁ ଅଧିକ ଆରବ ଇସ୍ରାଏଲର ନାଗରିକଙ୍କୁ ହତ୍ୟା କରାଯାଇଛି।

Share