ଇସ୍ରାଏଲ ସରକାରଙ୍କ ବିରୋଧରେ ଜାରି ରହିଛି ପ୍ରଦର୍ଶନ, ତେଲ ଆଭିବ ସଡକ ଉପରେ ଜନତା

ତେଳ ଆଭିବ,୫ ।୨: ଇସ୍ରାଏଲର ସୁପ୍ରିମକୋର୍ଟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବା ଆଇନ ବିରୋଧରେ ଜନତାଙ୍କ କ୍ରୋଧ ବଢିବାରେ ଲାଗିଛି । ଏଠାରେ ଗତ ୫ ସପ୍ତାହ ହେବ ଏହି ଆଇନ ବିରୋଧରେ ପ୍ରଦର୍ଶନ ଜାରି ରହିଛି । ଶନିବାର ବି ଇସ୍ରାଏଲର ତେଲ ଆଭିବ ସଡ଼କ ଉପରେ ହଜାର ହଜାର ପ୍ରଦର୍ଶନକାରୀ ଏକାଠି ହେବା ସହ ବେନଜାମିନ ନେତନ୍ୟାହୁ ସରକାରଙ୍କ ବିବାଦସ୍ପଦ ଆଇନ ସୁଧାରିବା ବିରୋଧରେ ପ୍ରଦର୍ଶନ ଜାରି ରଖିଥିଲେ ।
ଇସ୍ରାଏଲର ପତାକା ହାତରେ ଧରି ସହରର କେନ୍ଦ୍ରୀୟ କାଳ୍ପନ ଷ୍ଟ୍ରିଟକୁ ଜାମ କରି ଦେଇଥିଲେ ପ୍ରଦର୍ଶନକାରୀ । ଏମାନଙ୍କର ଅଭିଯୋଗ ରହିଥିଲା କି ଇସ୍ରାଏଲର ନୂଆ ସରକାର ବିଶ୍ୱ ଶାନ୍ତି ପାଇଁ ବିପଦ, ନୂଆ ଆଇନ ଆଧାରରେ ଇସ୍ରାଏଲର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରାୟକୁ ବଦଳାଇବାର ଅଧିକାର ମିଳିଯିବ ।

Share