ତେଲ ଆଭିବ,୧୭ ।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଦେଶର ଆଇନ ପ୍ରଣାଳୀରେ ପରିବର୍ତ୍ତନକୁ ନେଇ ଜାରି କରାଯାଇଥିବା ତାଙ୍କର ଯୋଜନାରେ କୌଣସି ପରିବର୍ତ୍ତନ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି ରାଷ୍ଟ୍ରପତି ଆଇଜାକ ହେର୍ଜୋଗ ଟେଲିଭିଜନରେ ପ୍ରସାରିତ ଏକ ସମ୍ବୋଧନରେ ନେତନ୍ୟାହୁଙ୍କୁ ଏକ ଡିଲ ପ୍ରଦାନ କରିଥିଲେ । ନେତନ୍ୟାହୁ କହିଛନ୍ତି ଯେ ଦୁର୍ଭାଗ୍ୟବଶତଃ ରାଷ୍ଟ୍ରପତି ଚୁକ୍ତିରେ ଦେଇଥିବା ପ୍ରସ୍ତାବ ଉପରେ ମିଳିତ ସହଯୋଗୀମାନେ ସହମତ ନୁହଁନ୍ତି ।
ନେତନ୍ୟାହୁ ସରକାରଙ୍କ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ପ୍ରସ୍ତାବକୁ ବିରୋଧ କରି ଦେଶରେ ଦୁଇ ମାସରୁ ଅଧିକ ବିରୋଧ ପ୍ରଦର୍ଶନ ମଧ୍ୟରେ ରାଷ୍ଟ୍ରପତି ହେର୍ଜୋଗ ଏହି ପଦକ୍ଷେପ ନେଇଥିଲେ । ସେ କହିଛନ୍ତି ଯେ ଦେଶର ଅସ୍ତିତ୍ୱକୁ ବଞ୍ଚାଇବାକୁ ଏକ ଚୁକ୍ତିନାମାରେ ସହମତି ହେବା ଆବଶ୍ୟକ । ରାଷ୍ଟ୍ରପତିଙ୍କ ପ୍ରସ୍ତାବର ମୌଳିକ ଉପାଦାନ ଗୁଡିକ ଭାରସାମ୍ୟ ହରାଇବ ନାହିଁ ବୋଲି ନେତନ୍ୟାହୁ ହେର୍ଜୋଗଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।