ଗାଜାରୁ ୧୯ ଅସୁସ୍ଥ ଶିଶୁଙ୍କୁ ମୁକ୍ତ କଲା ଇସ୍ରାଏଲ୍‌

ଖାନ୍‌ ୟୁନିସ(ଗାଜା ଷ୍ଟ୍ରିପ୍‌),୨୯ା୬: ଗାଜା ଷ୍ଟ୍ରିପ୍‌ରୁ ଇସ୍ରାଏଲ୍‌ କର୍ତ୍ତୃପକ୍ଷ ୧୯ ଅସୁସ୍ଥ ତଥା ଆହତ ଶିଶୁଙ୍କ ସମେତ ୬୮ ଜଣଙ୍କୁ ମୁକ୍ତ କରିଦେଇଛନ୍ତି। ସେମାନଙ୍କୁ ଗାଜା ଛାଡ଼ି ଇଜିପ୍ଟ ଯିବାକୁ ଅନୁମତି ମିଳିଛି। ପାଖାପାଖି ୨ ମାସ ମଧ୍ୟରେ ପ୍ରଥମ ଥର ପାଇଁ ସେଠାରୁ ଅସୁସ୍ଥ ପିଲାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ଯିବାକୁ ଅନୁମତି ମିଳିଛି। ଇସ୍ରାଏଲ୍‌ ଉକ୍ତ ଅଞ୍ଚଳକୁ ଗତ ମେ’ ପ୍ରଥମ ଭାଗରେ ଅକ୍ତିଆର କରିବା ପରେ ବାହାରକୁ ଲୋକଙ୍କ ଯାତାୟାତ ବନ୍ଦ କରିଦେଇଥିଲା। ପ୍ରାୟ ୯ ମାସ ହେଲା ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଯୁଦ୍ଧ ଚଳାଇଥିବାବେଳେ ଗାଜାର ସ୍ବାସ୍ଥ୍ୟସେବା ସେକ୍ଟର ବିପର୍ଯ୍ୟସ୍ତ ହୋଇପଡ଼ିବା ସହ ବହୁ ହସ୍ପିଟାଲ ବନ୍ଦ ହୋଇଯାଇଛି। ହଜାର ହଜାର ଲୋକ ଚିକିତ୍ସା ପାଇଁ ବାହାରକୁ ଯିବା ଆବଶ୍ୟକ ରହିଛି।

Share