ଇସ୍ରାଏଲ ଜାରି କଲା ମୃତକଙ୍କ ନୂଆ ସଂଖ୍ୟା

ଜେରୁଜେଲମ,୧୫।୧୦: ଇସ୍ରାଏଲ ଓ ହମାସ ଆତଙ୍କବାଦୀଙ୍କ ଦ୍ୱାରା ଚାଲିଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଏଥିରେ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି। ବିବିସିର ଏକ ରିପୋର୍ଟ ଅନୁଯାୟୀ,ଇସ୍ରାଏଲ ସରକାର ହମାସ ଆକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କର ସଂଖ୍ୟା ବୃଦ୍ଧି କରି ୧,୪୦୦ରୁ ଅଧିକ କରି ଦେଇଛି। ଅନ୍ୟପଟେ ଗାଜାରେ ହମାସ ପକ୍ଷରୁ ସଂଚାଳିତ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର କହିଛି, ଇସ୍ରାଏଲ ବୋମା ମାଡରେ ୨,୪୫୦ ଲୋକଙ୍କ ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଯୁଦ୍ଧ ଘୋଷଣା କରିବା ପରେ ସଙ୍ଗେ ସଙ୍ଗେ ଇସ୍ରାଏଲ ହମାସ ଯୋଦ୍ଧାମାନଙ୍କ ସହିତ ଗାଜା ଷ୍ଟ୍ରିପ ଧ୍ୱଂସ କରିବାର ଦାୟିତ୍ୱ ନିଜ ସେନାକୁ ହସ୍ତାନ୍ତର କରିଥିଲା। ଏହା ପରେ ଇସ୍ରାଏଲ ମଧ୍ୟ ଗାଜା ଷ୍ଟ୍ରିପ ଉପରେ ନିର୍ଦ୍ଦିଷ୍ଟ ଭାବରେ ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା। ଫଳାଫଳ ହେଲା ଏହି ୮ ଦିନରେ ପାଲେଷ୍ଟାଇନୀୟମାନେ ବହୁ ଧନଜୀବନ ହରାଇଲେ। ସଦ୍ୟତମ ସୂଚନା ଅନୁଯାୟୀ, ଇସ୍ରାଏଲରେ ୧୩୦୦ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩୪୦୦ ଜଣ ଆହତ ହୋଇଛନ୍ତି। ଏଥି ସହିତ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ପ୍ରାୟ ୨୨୧୫ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଥିଲା, ଯେଉଁଥିରେ ୭୦୦ ଶିଶୁ ମଧ୍ୟ ସାମିଲ ହୋଇଥିଲେ। ଏହି ସମୟ ମଧ୍ୟରେ ପ୍ରାୟ ୮୭୧୪ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

Share