କ୍ଷମା ମାଗିଲେ ପୁଟିନ୍‌!

ମସ୍କୋ,୬।୫: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଇସ୍ରାଏଲକୁ କ୍ଷମା ମାଗିଛନ୍ତି। ହିଟଲରଙ୍କୁ ନେଇ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ପୁଟିନ କ୍ଷମା ମାଗିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନ୍ନେଟ୍ଟ କହିଛନ୍ତି। ନିକଟରେ ରୁଷିଆର ବୈଦେଶିକ ମନ୍ତ୍ରୀଙ୍କ ସର୍ଗେୟି ଲାଭରୋଭଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆଡଲୋଫ ହିଟଲରଙ୍କ ଶରୀରରେ ଇହୁଦୀ ମାନଙ୍କ ରକ୍ତ ପ୍ରବାହିତ ହେଉଥିଲେ ବୋଲି ଲାଭରୋଭ କହିଥିଲେ। ଏହାକୁ ନେଇ ଇସ୍ରାଏଲ ଆପତ୍ତି ଉଠାଇଥିଲା। ଶେଷରେ ପୁଟିନ ନିଃସର୍ତ୍ତ କ୍ଷମା ମାଗିଛନ୍ତି। ଲାଭରୋଭଙ୍କ ମନ୍ତବ୍ୟ ପାଇଁ ରୁଷିଆ ରାଷ୍ଟ୍ରପତିଙ୍କ କ୍ଷମା ଆବେଦନକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ତେବେ କ୍ରେମଲିନ ପକ୍ଷରୁ ପୁଟିନଙ୍କ କ୍ଷମା ପ୍ରାର୍ଥନା ଉପରେ କୌଣସି ପ୍ରକାରର ପ୍ରତିକ୍ରିୟା ଦିଆଯାଇ ନାହିଁ।

Share