ଯୁଦ୍ଧ ମଧ୍ୟରେ ମାନବିକତା ଦେଖାଇଲା ଇସ୍ରାଏଲ, ଗାଜାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ନେଲା ପଦକ୍ଷେପ

ନୂଆଦିଲ୍ଲୀ, ୧୨ା୧୧: ଗାଜାର ମୁଖ୍ୟ ହସପିଟାଲ ନିକଟରେ ହାମାସ ସହିତ ଘମାଘୋଟ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ମାନବିକ ଦେଖାଇ ବଡ଼ ପଦକ୍ଷେପ ନେଇଛି। ଯୁଦ୍ଧରେ ହସପିଟାଲରେ ଥିବା ପିଡୀତମାନେ ଗମ୍ଭୀର ଭାବରେ ପ୍ରଭାବିତ ହୋଇଛନ୍ତି। କିଛି ଲୋକେ ସେଠାରୁ ଖସି ଦକ୍ଷିଣ ଗାଜା ଚାଲିଯାଇଥିବା ବେଳେ ଅନେକ ଏବେ ମଧ୍ୟ ଫସି ରହିଛନ୍ତି। ପାଲେଷ୍ଟାଇନ ଅଧିକାରୀଙ୍କ ସୂଚନା ଅନୁଯାୟୀ କିଛି ଶିଶୁ ବିଜୁଳି ନଥିବାରୁ ଭେଣ୍ଟିଲେଟରରେ ଜୀବନ ହାରିଥିଲେ।

ଏଭଳି ସମୟରେ ଇସ୍ରାଏଲ ସେନା ଘୋଷଣା କରିଛି ଯେ ଅଲ-ଶଇଫ ମେଡିକାଲରେ ଫସିଥିବା ଶିଶୁ ମାନଙ୍କୁ ଉଦ୍ଧାର କରିବାକୁ। ସେନା ମୁଖପାତ୍ର ସୂଚନା ଦେଇଛନ୍ତି, ରବିବାର ସେନା ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ। ଅନ୍ୟପଟେ ଆମେରିକା ସମେତ ଅନେକ ବଡ଼ ଦେଶ ମାନଙ୍କର ଅପିଲ ପରେ ମଧ୍ୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଯୁଦ୍ଧ ବନ୍ଦ କରିବା ନିଷ୍ପତିରୁ ଓହରି ନାହାନ୍ତି। ଗାଜାରେ ବନ୍ଧକ ଥିବା 239 ଜଣଙ୍କୁ ମୁକୁଳାଇବା ପରେ ହିଁ ଏହି ଯୁଦ୍ଧ ଶେଷ ହେବ ବୋଲି ସେ କହିଛନ୍ତି।

Share