ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ ପ୍ରସ୍ତୁତ, କୋଶିକା ସହାୟତାରେ ଇସ୍ରାଏଲ ବୈଜ୍ଞାନିକଙ୍କ ସଫଳତା

ଜେରୁଜେଲମ,୭ ।୮: ପ୍ରସ୍ତୁତ ହେଲା ବିଶ୍ୱର ପ୍ରଥମ କୃତ୍ରିମ ଭ୍ରୁଣ । ଏଥିରେ ଜୀବର ହୃଦସ୍ପନ୍ଦନ ହେବା ସହ ମସ୍ତିଷ୍କକୁ ବି ସମ୍ପୂର୍ଣ୍ଣ ଆକାର ଦିଆଯାଇଛି । ଇସ୍ରାଏଲର ୱେଇଜମାନ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଏଥିପାଇଁ ନା କୌଣସି ଫର୍ଟିଲାଇଜ ଅଣ୍ଡା ନେଇଛନ୍ତି ନା କୌଣସି ଶୁକ୍ରାଣୁର ଆବଶ୍ୟକତା ପଡିଛି ।
ମେଡିକାଲ ସାଇନ୍ସ ଜର୍ନାଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବୈଜ୍ଞାନିକମାନେ ମୂଷାର ଷ୍ଟେମ ସେଲରେ ଭ୍ରୁଣକୁ ବିକଶିତ କରଛନ୍ତି । ଏହା କିଛି ବର୍ଷ ହେବ ଲାବୋରୋଟୋରୀରେ ଏକ ସ୍ୱତନ୍ତ୍ର ପାତ୍ରରେ ରଖାଯାଇଥିଲା । ବୈଜ୍ଞାନିକମାନେ ସେହି ପାତ୍ରରେ ମୂଳ କୋଶିକାରୁ ହିଁ ପୂର୍ଣ୍ଣ ଭ୍ରୁଣ ବିକଶିତ କରିଛନ୍ତି । ଯାହାର ହୃଦସ୍ପନ୍ଦନ ହେଉଛି ଓ ଏହାର ମସ୍ତିଷ୍କ ସମ୍ପୂର୍ଣ୍ଣ ଆକାର ନେଇଯାଇଛି । ଏହାକୁ ଗର୍ଭ ବାହାରେ ଷ୍ଟେମ ସେଲ(ମୂଳ କୋଶିକା)କୁ ମିଶାଇ ବିକଶିତ କରାଯାଇଛି । କୋଶିକାର ସହାୟତାରେ ହିଁ ସମ୍ପୂର୍ଣ୍ଣ ଜୀବକୁ ପ୍ରସ୍ତୁତ କରାଯାଇଛି । ବିଶେଷଜ୍ଞମାନେ ଗର୍ଭ ମଧ୍ୟରେ ଯେଭଳି ଭାବେ ଭ୍ରୁଣ ବିକଶିତ କରୁଛନ୍ତି ସେହି ପ୍ରକ୍ରିୟାରେ ହିଁ ଏହି କୃତ୍ରିମ ଭ୍ରୁଣକୁ ବିକଶିତ କରାଯାଇଛି । ଏଥିରେ କେବଳ କୃତ୍ରିମ ଉପକରଣର ସାହାଯ୍ୟ ନିଆଯାଇଛି । ମୂଳ କୋଶିକାକୁ ବିକର ଭିତରେ ନୁଟିଏଣ୍ଟ ସଲ୍ୟୁସନରେ ରଖି ଲାଗାତର ଚଳପ୍ରଚଳ ଅବସ୍ଥାରେ ରଖାଯାଇଥିଲା । ଫଳରେ ପ୍ଲାସେଣ୍ଟା ପର୍ଯ୍ୟନ୍ତ ପୋଷକ ତତ୍ତ୍ୱ ପହଞ୍ଚାଇବା ଲାଗି ଭୌତିକ ରକ୍ତ ପ୍ରବାହ ନିରନ୍ତର ରହିପାରିବ ।

Share