Advertisement

ହମାସ ଶିବିର ଉପରେ ସାରା ରାତି ଆକ୍ରମଣ କଲେ ଇସ୍ରାଏଲ ସେନା

ଜେରୁଜେଲମ,୨୧।୧୦: ଗାଜାରେ ରାତାରାତି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ଘଟିଛି। ଜବାଲିଆର ଅଲ-ମୋତୱକ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଏୟାର ଷ୍ଟ୍ରାଇକରେ ଅନ୍ୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ୪ ପିଲା ଏବଂ ଜଣେ ମହିଳାଙ୍କ ସମେତ ଖାଦର ପରିବାରର ପାଞ୍ଚ ଜଣଙ୍କର ମତ୍ୟୁ ଘଟିଛି। କେନ୍ଦ୍ରୀୟ ଡିଆର ଅଲ-ବାଲାହ ଏବଂ ଇସ୍ରାଏଲର କେନ୍ଦ୍ରୀୟ ଗାଜାରେ ଥିବା ଅଲ-ବ୍ୟୁରିଜ ଶରଣାର୍ଥୀ ଶିବିରରେ ଅନ୍ୟ ୭ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ, ଇସ୍ରାଏଲ ଏବଂ ହମାସ ଦୁଇଟି ନାମ ଯାହା ଉପରେ ସାରା ବିଶ୍ୱର ଆଖି ସ୍ଥିର ହୋଇଛି। ଏହାର କାରଣ ହେଉଛି ଗତ ୧୪ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ପ୍ରବଳ ଯୁଦ୍ଧ ଲାଗି ରହିଛି। ଅକ୍ଟୋବର ୭ରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା, କିନ୍ତୁ ସେତେବେଳେ କେହି ଭାବି ନଥିଲେ ଯେ ଏହା ଏପରି ସ୍ଥିତିରେ ପହଞ୍ଚିବ ଯେଉଁଠାରେ ଦୁନିଆର ଶକ୍ତିଶାଳୀ ଦେଶ ମଧ୍ୟରେ ପ୍ରବେଶ କରିବାକୁ ପଡିବ। ଯୁଦ୍ଧ ଆରମ୍ଭରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପର୍ଯ୍ୟନ୍ତ ସମସ୍ତଙ୍କୁ ଇସ୍ରାଏଲ ଗସ୍ତ କରିବାକୁ ପଡୁଥିଲା। ଏହି ସମୟ ମଧ୍ୟରେ ସେ ଯୁଦ୍ଧରେ ଜଡିତ ଉଭୟ ପକ୍ଷ ତଥା ଯୁଦ୍ଧ କ୍ଷେତ୍ର ନିକଟରେ ଉପସ୍ଥିତ ଆରବ ଦେଶର ମୁଖ୍ୟମାନଙ୍କ ସହ କଥା ହୋଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: Hamas