ଗାଜାରେ ଇସ୍ରାଏଲର ବୋମା ମାଡ, ଇଣ୍ଟରନେଟ୍‌ ସେବା ସ୍ଥଗିତ

ଜେରୁଜେଲମ,୨୮।୧୦: ଗତ କିଛି ସପ୍ତାହ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି, ଯେଉଁଥିରେ ପ୍ରାୟ ୭୩୦୦ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଇସ୍ରାଏଲ ସେନାର ମୁଖ୍ୟ ମୁଖପାତ୍ର କହିଛନ୍ତି, ଗାଜା ଷ୍ଟ୍ରିପରେ ଇସ୍ରାଏଲ ବାୟୁସେନା ଏବଂ ସ୍ଥଳ ସେନା କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ଏହା ବ୍ୟତୀତ ଇସ୍ରାଏଲ ଗାଜାରେ ଇଣ୍ଟରନେଟ୍‌ ଏବଂ ମୋବାଇଲ ଫୋନ ସେବାକୁ ମଧ୍ୟ ସ୍ଥଗିତ ରଖିଛି, ଯେଉଁ କାରଣରୁ ଗାଜାର ଲୋକମାନେ ବର୍ତ୍ତମାନ ବାହ୍ୟ ଜଗତ ସହ ସମ୍ପର୍କ ହରାଇଛନ୍ତି।

ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ସୈନ୍ୟବାହିନୀ ରାତି ହେବା ମାତ୍ରେ ଗାଜାରେ ପ୍ରବଳ ବୋମା ବିସ୍ଫୋରଣ ଆରମ୍ଭ କରିଥିଲେ। ଇସ୍ରାଏଲ ସେନା ଗାଜା ଅଞ୍ଚଳରେ ଅପରେଶନ ବିସ୍ତାର କରୁଛି। ହମାସର କହିବାନୁଯାୟୀ, ଏହାର ଯୁଦ୍ଧବିମାନ ବିଭିନ୍ନ ଅଞ୍ଚଳରେ ଇସ୍ରାଏଲ ସୈନିକଙ୍କ ସମ୍ମୁଖୀନ ହେଉଛି।

Share