କବର ଖୋଳି ମୃତଦେହରୁ ଅଙ୍ଗପ୍ରତ୍ୟଙ୍ଗ ଚୋରି କରୁଛନ୍ତି ଇସ୍ରାଏଲୀ ସୈନିକ

ଗାଜା,୨୮।୧୧: ଦୀର୍ଘଦିନ ଧରି ଜାରି ରହିଛି ଇସ୍ରାଏଲ-ହମାସ ସଂଘର୍ଷ। ନା ଏହି ଯୁଦ୍ଧର କିଛି ନିଷ୍କର୍ଷ ବାହାରଛୁ ନା ଯୁଦ୍ଧ ଥମୁଛି। ଯୁଦ୍ଧ ବିରତିକୁ ନେଇ ଯେତେ ପ୍ରକାର ବୁଝାମଣା କଲେ ମଧ୍ୟ ସବୁ ପ୍ରକାର କୌଶଳ ଫେଲ ମାରୁଛି। ଏପଟେ ଗାଜାର ସବୁଠାରୁ ବଡ ହସ୍ପିଟାଲ ଅଲ-ଶିଫା ହସ୍ପିଟାଲକୁ ଇସ୍ରାଏଲୀ ସେବା କବଜା କରି ରଖିଥିବା ସହ ହସ୍ପିଟାଲକୁ ସବୁ ପ୍ରକାର ଜରୁରୀକାଳୀନ ସେବାକୁ ବନ୍ଦ କରି ଦେଇଛନ୍ତି। ତେଣୁ ହସ୍ପିଟାଲ ଭିତରେ ହଜାର ହଜାର ଶିଶୁ, ମହିଳା ଓ ଅନ୍ୟମାନେ ମୃତ୍ୟୁବରଣ କରୁଛନ୍ତି।
ତେବେ ଏହାରି ଭିତରେ ମିଡିଲ-ଇଷ୍ଟ ଓ ନର୍ଥ ଆଫ୍ରିକା(mena) ଏବଂ ୟୁରୋପରେ ମାନବାଧିକାର ପାଇଁ କାମ କରୁଥିବା ସଂସ୍ଥା ୟୁରୋ-ମେଡ ହ୍ୟୁମନ ରାଇଟ୍ସ ମନିଟର ଇସ୍ରାଏଲୀ ସେନା ଉପରେ ବଡ ଅଭିଯୋଗ ଆଣିଛନ୍ତି। ସଂସ୍ଥା କହିଛି, ଇସ୍ରାଏଲୀ ସେନା ଗାଜା ସଂଘର୍ଷରେ ମୃତ୍ୟୁ ହୋଇଥିବା ପାଲେଷ୍ଟାଇନଙ୍କ ମୃତଦେହରୁ ଅଙ୍ଗ ଚୋରି କରୁଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ଅନ୍ତରାଷ୍ଟ୍ରୀୟ ଯାଞ୍ଚ କରିବାକୁ ମାନବାଧିକାର ସଂସ୍ଥା ଆହ୍ବନ କରିଛି।
ଜେନିଭା ସ୍ଥିତ ଏିଂ ସଂସ୍ଥା ଅନୁସାରେ, ଇସ୍ରାଏଲୀ ସେନା ଅଲ-ଶିଫା ହସ୍ପିଟାଲର ପ୍ରାଙ୍ଗଣରେ ସାମୁହିକ କବର ଖୋଳି ମୃତଦେହକୁ ବାହାର କରିଛନ୍ତି। ମୃତଦେହକୁ ଯାଞ୍ଚ କରିବା ସମୟରେ ଚିକିତ୍ସକଙ୍କୁ ସେଥିରୁ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଏପରିକି ଲିଭର, କିଡନୀ ଓ ହାର୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନିଖୋଜ ଥିବା ଜଣାପଡିଛି।

Share