ଇସ୍ରାଏଲରେ ୫ ଘଣ୍ଟା ପାଇଁ ବନ୍ଦ ରହିଲା ବୋମାମାଡ, ଲୋକଙ୍କୁ ଉତ୍ତରରୁ ଦକ୍ଷିଣକୁ ଯିବାକୁ ମିଳିଲା ସମୟ

ଜେରୁଜେଲମ,୧୬।୧୦:  ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଗାଜା ଏକ ଯୁଦ୍ଧ ଭୂମି ପାଲଯି ଯାଇଛି। ଗତ କିଛିଦିନ ହେବ ଇସ୍ରାଏଲ ସେନା ଲଗାତାର ଗାଜାରେ ଉପସ୍ଥିତ ଥିବା ହମାସ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରି ଚାଲିଛନ୍ତି। ଇସ୍ରାଏଲ ଗାଜାକୁ ବନ୍ଦ ସେନା ଅଞ୍ଚଳ ବୋଲି ଘୋଷଣା କରିଛି। ସେହିପରି ଗାଜାରେ ଖାଦ୍ୟ, ଇନ୍ଧନ ଓ ଔଷଧ ଯୋଗାଣ ଉପରେ ରୋକ ଲଗାଇ ଦିଆଯାଇଛି।

ସୋମବାର ଇସ୍ରାଏଲ ଗାଜା ଉପରେ ୫ଘଣ୍ଟା ବୋମାମାଡ କରିବା ବନ୍ଦ କରି ଦେଇଥିଲା। ଏହାରି ଭିତରେ ଗାଜାରେ ଫସି ରହିଥିବା ଲୋକଙ୍କୁ ଉତ୍ତର ଭାଗରୁ ଦକ୍ଷିଣ ଗାଜା ଯିବାକୁ କୁହାଯାଇଛି। ଗାଜାରେ ବିଦ୍ୟୁତ ଯୋଗାଣ ମଧ୍ୟ ସ୍ଥିର ହୋଇଯାଇଛି। ଏଠାରେ ହଜାର ହଜାର ଲୋକ ଫସି ରହିଛନ୍ତି। ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି।
ରବିବାର ଇସ୍ରାଏଲର ସେନା କହିଛି ଯେ ଏହା ଗାଜାର ଦକ୍ଷିଣ ସେକ୍ଟରରେ କିଛି ଘଣ୍ଟା ପାଇଁ ଏକ ର୍ନିଦ୍ଦିଷ୍ଟ ମାର୍ଗକୁ ଟାର୍ଗେଟ କରିବ ନାହିଁ। ଇସ୍ରାଏଲ ସେନା ପୁଣିଥରେ ପାଲେଷ୍ଟାଇନବାସୀଙ୍କୁ ଉତ୍ତର ପ୍ରଦେଶରୁ ବିଦାୟ ନେବାକୁ ଅନୁରୋଧ କରିଥିଲେ। ସେନା କହିଛି ଯେ ହଜାର ହଜାର ଲୋକ ଦକ୍ଷିଣକୁ ପଳାଇ ସାରିଛନ୍ତି।

Share