ସିରିଆକୁ ଟାର୍ଗେଟ କଲା ଇସ୍ରାଏଲ

ଦୁବଇ,୨୮।୮: ସିରିଆ ଓ ଇସ୍ରାଏଲ ମଧ୍ୟରେ ଥିବା ଶତ୍ରୁତା ବିଶ୍ୱ ବିଖ୍ୟାତ। ଉଭୟ ଦେଶ କିଛି ଦିନ ହେବ ପରସ୍ପର ଉପରେ ଆକ୍ରମଣ କରି ଚାଲିଛନ୍ତି। ଏଥର ଇସ୍ରାଏଲ ସିରିଆକୁ ଟାର୍ଗେଟ କରିଛି। ଏଥର ଇସ୍ରାଏଲ ସିରିଆର ବିମାନ ବନ୍ଦରକୁ ଟାର୍ଗେଟ କରିଥିବା ବେଳେ ଏହି ଆକ୍ରମଣରେ ଅଲେପ୍ପୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବହୁ କ୍ଷୟକ୍ଷତି ହୋଇଛି। ଏହି ଆକ୍ରମଣ ଫଳରେ ବିମାନବନ୍ଦରର ସେବା ବନ୍ଦ ହୋଇ ଯାଇଛି।
ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯିବା ସହ କହିଛି ଯେ ଇସ୍ରାଏଲର ଆକ୍ରମଣ ଫଳରେ ଅଲେପ୍ପୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସେବା ବନ୍ଦ ହୋଇ ଯାଇଛି।
ସେନା ପକ୍ଷରୁ ମଧ୍ୟ ଏହି ସୂଚନା ଦିଆଯାଇଛି। କୁହାଯାଇଛି କି ଇସ୍ରାଏଲ ସିରିଆ ଉପରେ ବିମାନ ଆକ୍ରମଣ କରି ଅଲେପ୍ପୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଖୁବ କ୍ଷତି ପହଞ୍ଚାଇଛି। ଏଥିରେ ରନଓ୍ବେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି।

Share