ପ୍ରଥମ ଦେଶ ଭାବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ତୃତୀୟ ଡୋଜ କରୋନା ଟିକା ଦେବ ଇସ୍ରାଏଲ

ଜେରୁଜେଲମ,୩୦ ।୭: କରୋନା ଭାଇରସକୁ ହରାଇବା ପାଇଁ ଏସ୍ରାଏଲ ଏବେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି । ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଇସ୍ରାଏଲ ସରକାର କରୋନାର ତୃତୀୟ ଡୋଜ ଟିକା ଦେବାକୁ ସ୍ଥିର କରିଛନ୍ତି । ଆସନ୍ତା ସପ୍ତାହରୁ ଏହା କାର୍ଯ୍ୟକାରୀ କରାଯିବ । କରୋନାର ତୃତୀୟ ଡୋଜ ଦେବାରେ ଇସ୍ରାଏଲ ପ୍ରଥମ ଦେଶ ହେବ । କାରଣ ଏବେ ପ୍ରାୟ ସମସ୍ତ ଦେଶ କରୋନା ଭ୍ୟକ୍ସିନର ୨ଟି ହଡାଜ ଦେଉଛନ୍ତି । ଏଥିପାଇଁ ଉସ୍ରାଏଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ଗାଇଡଲାଇନ ଜାରି କରିଛନ୍ତି । ତେବେ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ଯେଉଁ ବ୍ୟକ୍ତିମାନେ ଅତିକମରେ ୫ ମାସ ପୂର୍ବରୁ କରୋନା ଭ୍ୟାକ୍ସିନ ନେଇଥିବେ ସେମାନଙ୍କୁ କେବଳ ତୃତୀୟ ଡୋଜ ଦିଆଯିବ । ତେବେ ଡେଲ୍‌ଟା ଭାରିଏଣ୍ଟକୁ ରୋକିବାକୁ ଏଭଳି ଟିକା ଦିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

Share