ଗାଜାରେ ନରସଂହାର ବନ୍ଦ କରୁ ଇସ୍ରାଏଲ: ନେତାନ୍ୟାହୁଙ୍କୁ ଖାମେନେଇଙ୍କ ଚେତାବନୀ…

ଜେରୁଜେଲମ, ୧୭।୧୦: ହମାସ ଆତଙ୍କବାଦୀ ଏବଂ ପାଲେଷ୍ଟାଇନର ସମର୍ଥନରେ ଛିଡା ହୋଇଥିବା ଇରାନ ମଙ୍ଗଳବାର ଇସ୍ରାଏଲକୁ ଚେତାବନୀ ଦେଇଛି। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲି ଖାମେନେଇ କହିଛନ୍ତି ଗାଜା ଷ୍ଟ୍ରିପରେ ପାଲେଷ୍ଟାଇନୀୟମାନଙ୍କୁ ଇସ୍ରାଏଲ ଦ୍ୱାରା ହତ୍ୟା କରାଯାଉଛି, ଯାହା ଶୀଘ୍ର ବନ୍ଦ କରାଯିବା ଉଚିତ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଇସ୍ରାଏଲ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାବେଳେ ଆୟତୋଲ୍ଲା ଅଲି ଖାମେନେଇଙ୍କ ଏହି ବିବୃତ୍ତି ଆସିଛି।

ଇରାନର ରାଜଧାନୀ ତେହେରାନରେ ଏକ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧିତ କରି ଖାମେନେଇ କହିଛନ୍ତି ଯଦି ଇସ୍ରାଏଲ ପାଲେଷ୍ଟାଇନୀୟମାନଙ୍କ ଉପରେ ଆକ୍ରମଣ ଜାରି ରଖେ, ତେବେ କୌଣସି ଶକ୍ତି ମୁସଲମାନମାନଙ୍କୁ ସେମାନଙ୍କ ସହ ଲଢ଼ିବାରେ ରୋକି ପାରିବ ନାହିଁ। ଇସ୍ରାଏଲ ଦ୍ୱାରା ପାଲେଷ୍ଟାଇନୀୟମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଉପରେ ବିଶ୍ୱ ନଜର ରଖିଛି।

ବେଞ୍ଜାମିନ ନେତାନ୍ୟାହୁ ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ନଚେତ ପରିଣାମ ଭୟଙ୍କର ହେବ।

Share