ପ୍ରତିଶୋଧ ନେଲା ଇସ୍ରାଏଲ, ରାତି ଅଧରେ ତେହହେରାନରେ ମିସାଇଲ ମାଡ

ତେହେରାନ,୨୬।୧୦: ସକାଳୁ ସକାଳୁ ଇରାନ ଉପରେ ଜୋରଦାର ଆକ୍ରମଣ କରିଛି ଇସ୍ରାଏଲ । ପ୍ରତିଶୋଧ ନେବାକୁ ଇସ୍ରାଏଲ ପକ୍ଷରୁ ବି ବଡ଼ ଧରଣର ଆକ୍ରମଣ ହୋଇଛି । ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ମୃତ୍ୟୁ ପରେ ଇରାନ ଇସ୍ରାଏଲ ଉପରେ ଶହ ଶହ ମିସାଇଲ ମାଡ କରିଥିଲା । ଆକ୍ରମଣର ୨୪ ଦିନ ପରେ ଏହି ଆକ୍ରମଣର ପ୍ରତିଶୋଧ ନେଇଛି ଆଇଡିଏଫ ।

ଇରାନର ରାଜଧାନୀ ତେହେରାନର ନିକଟବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ରାତିରେ ୫ଟି ସ୍ଥାନ ବଡ଼ ବିସ୍ଫୋରଣ କରାଯାଇଛି । ଇରାନର ସାମରିକ ବେସକୁ ମଧ୍ୟ ଟାର୍ଗେଟ କରିଛି ଇସ୍ରାଏଲ । ଇରାନର କ୍ରମାଗତ ଆକ୍ରମଣର ଜବାବରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରୁଛି ବୋଲି ଆଇଡିଏଫ କହିଛି ।

ସେପଟେ ରାଜଧାନୀ ତେହେରାନରେ ପରିସ୍ଥିତି ସ୍ବାଭାବିକ ଥିବା ଇରାନ କହିଛି । ଏହି ଆକ୍ରମଣରେ ଇରାନର କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାର ରିପୋର୍ଟ ସାମ୍ନାକୁ ଆସିନାହିଁ । ଆଇଡିଏଫ ଦ୍ବାରା ହିଜବୁଲ୍ଲା ମୁଖ୍ୟ ହସନ ନସରୁଲ୍ଲାର ହତ୍ୟା ପରେ ଆକ୍ରମଣାତ୍ମକ ହୋଇପଡିଛି ଇରାନ।

Share