ଅସଲ ଜୀବନରେ ହିରୋ ସାଜିଲେ ଅଭିନେତା

ହମାସ ଆକ୍ରମଣ ପରେ ଇସ୍ରାଏଲ ନାଗରିକଙ୍କୁ ବଞ୍ଚାଇବା ପାଇଁ ଇସ୍ରାଏଲ ଅଭିନେତା ଲିଓର ରାଜ ଅଣ୍ଟା ଭିଡିଛନ୍ତି। ସେ ବ୍ରଦର୍ସ ଇନ ଆର୍ମସ ନାମକ ଏକ ସ୍ବେଚ୍ଛାସେବୀ ଟିମ୍‌ରେ ଯୋଗ ଦେଇଛନ୍ତ। ଅଭିନେତା ଲିଓର ରାଜ ତାଙ୍କର ଟେଲିଭିଜନ ସିରିଜ୍‌ ଫାଉଡା ପାଇଁ ପ୍ରସିଦ୍ଧ। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ରାଜ ନିଜେ ଏହି ସୂଚନା ଦେଇଛନ୍ତି। ଏହି ଭିଡିଓରେ ସେ ଇସ୍ରାଏଲ ଡେମୋକ୍ରାସି ଇନଷ୍ଟିଚ୍ୟୁଟର ସଭାପତି ଜୋହାନନ ପ୍ଲେସନର୍‌ ଏବଂ ସାମ୍ବାଦିକ ଆଭି ୟିଶାରୋଭଙ୍କ ସହ ନଜର ଆସିଥିଲେ।
ସେ ଏହି ଭିଡିଓର କ୍ୟାପସନ ଲେଖିଛନ୍ତି, ୟୋହାନନ ପ୍ଲେସନର୍‌ ଏବଂ ଆଭି ୟିସରୋଭଙ୍କ ସହିତ ମିଶି ଶହ ଶହ ଲୋକଙ୍କୁ ବଞ୍ଚାଇବା ପାଇଁ ମୁଁ ‘ବ୍ରଦର୍ସ ଇନ ଆର୍ମସ’ ସ୍ବେଚ୍ଛାସେବୀ ଟିମ୍‌ରେ ଯୋଗଦେଇଥିଲି। ଦୁଇ ପରିବାରକୁ ସ୍ଥାନାନ୍ତର କରିବା ପାଇଁ ଆମକୁ ବୋମା ବିସ୍ଫୋରଣ ହୋଇଥିବା ଷ୍ଟେରୋଟ ସହରକୁ ପଠାଯାଇଛି।
ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ଇସ୍ରାଏଲରେ ପ୍ରବେଶ କରି ସ୍ଥାନୀୟ ଲୋକଙ୍କ ଉପରେ ଖୋଲାଖୋଲି ଭାବେ ଗୁଳି ଚଳାଇଥିଲା ଏବଂ ଏହା ସହିତ ଅନେକ ଏୟାର ଷ୍ଟ୍ରାଇକ ମଧ୍ୟ କରାଯାଇଥିଲା। ଏଥିରେ ପ୍ରାୟ ୯୦୦ ଲୋକଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୧୨୦୦ ଜଣ ମଧ୍ୟ ଆହତ ହୋଇଛନ୍ତି।

Share