ପୁଣିଥରେ ଇସ୍ରାଏଲ ଗସ୍ତରେ ଆଣ୍ଟୋନି ବ୍ଲିଙ୍କେନ, କହିଲେ ସମସ୍ତ ବନ୍ଧକ ସେମାନଙ୍କ ପରିବାରକୁ ଫେରିବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ

ଜେରୁଜେଲମ,୧।୧୨: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଇସ୍ରାଏଲ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କହିଛନ୍ତି, ତାଙ୍କର ଧ୍ୟାନ ଯୁଦ୍ଧ ବିରାମକୁ ବୃଦ୍ଧି କରିବା ସହିତ ସହଯୋଗୀମାନଙ୍କ ସହିତ କାମ କରିବା, ଯାହାଦ୍ୱାରା ଗାଜାରେ ଫଶୀ ରହିଥିବା ବନ୍ଧକମାନଙ୍କୁ ମୁକ୍ତ କରାଯାଇପାରିବ।

ଅନେକ ଲକ୍ଷ୍ୟ ପୂରଣ କରିବା ପାଇଁ ବ୍ଲିଙ୍କେନ ପୁଣି ଥରେ ଇସ୍ରାଏଲକୁ ଆସିଛନ୍ତି। ସେ କହିଛନ୍ତି, ଆମର ତୁରନ୍ତ ଧ୍ୟାନ ହେଉଛି ଆମର ସହଯୋଗୀମାନଙ୍କ ସହିତ ମିଶି ଯୁଦ୍ଧ ବରାମକୁ ବୃଦ୍ଧି କରିବା, ଯାହାଦ୍ୱାରା ଗାଜାରୁ ଅଧିକ ବନ୍ଧୁକ ମୁକ୍ତ ହୋଇପାରିବେ। କ୍ରମାଗତ ସପ୍ତମ ଦିନ ଗାଜାରେ ଶାନ୍ତି ପରେ ସେ କହିଛନ୍ତି ଯେ ଆମେରିକା ଇସ୍ରାଏଲ ସହ ଏହି ପ୍ରସଙ୍ଗରେ ନିରନ୍ତର କାର୍ଯ୍ୟ କରୁଛି। ବ୍ଲିଙ୍କେନ କହିଛନ୍ତି, ବନ୍ଧକମାନଙ୍କୁ ସପ୍ତମ ଦିନ ପାଇଁ ମୁକ୍ତ କରାଯାଇଛି ଏବଂ ସେମାନେ ନିଜ ପରିବାରକୁ ଫେରୁଛନ୍ତି। ସପ୍ତମ ଦିନରେ ଗାଜାରେ ଉପସ୍ଥିତ ଥିବା ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଉଛି।

Share