ଇସ୍ରାଏଲର ରକେଟ ମାଡରେ ହମାସର ଶକ୍ତିଶାଳୀ ଫୋର୍ସ ‘ନୁଖବା ଇଲାଇଟି’ ଧ୍ୱସଂ

ଗାଜା,୧୨।୧୦: ଇସ୍ରାଏଲ ଓ ନର ସଂହାର ଚଲାଇଥିବା ପାଲେଷ୍ଟାଇନମଧ୍ୟରେ ଷଷ୍ଠ ଦିନ ମଧ୍ୟ ଯୁଦ୍ଧ ଜାରି ରହିଛି। ହମାସ ଇସ୍ରାଏଲୀଙ୍କୁ ବନ୍ଧକ ରଖି ରକେଟ ଆକ୍ରମଣ ପାଇଁ ଧମକ ଦେଉଥିବାବେଳେ ଇସ୍ରାଏଲ ହମାସକୁ ହଟାଇବାକୁ ଶପଥ ନେଇଛି।

ତେବେ ହମାସର ଆକ୍ରମଣରେ ରକ୍ତମୁଖା ହୋଇଥିବା ଇସ୍ରାଏଲ ରାତାରାତି ବଡ ଆକ୍ସନ ନେଇଛି। ଗତ ରାତିରେ ଲଗାତାର ଭାବରେ ରକେଟ ମାଡ କରି ଇସ୍ରାଏଲ ବାୟୁସେନା ହମାସର ସବୁଠାରୁ ଶକ୍ତିଶାଳୀ ଫୋର୍ସ ନୁଖବା ଇଲଆଇଟିକୁ ଧ୍ୱସଂ କରିଦେଇଛି। ଇସ୍ରାଏଲ ବାୟୁସେନା ମଧ୍ୟ ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଜାରି କରିଛି।

ଭିଡିଓରେ ଦେଖିବାକୁ ମିଳୁଛି ଯେ, ରାତାରାତି ଇସ୍ରାଏଲ ସୈନ୍ୟବାହିନୀ ଗାଜା ଷ୍ଟ୍ରିପରେ କ୍ରମାଗତ ଭାବରେ ରକେଟ ମାଡ କରିଛନ୍ତି। ଯେଉଁଥିପାଇଁ ବହୁ ମହଲା ବିଶିଷ୍ଟ କୋଠା ତାସଘର ପରି ଭୂଷୁଡି ପଡିଛି। ଇସ୍ରାଏଲ ଏହି କ୍ଷେତ୍ରକୁ ହମାସର ଅପରେଟିଭ କମାଣ୍ଡ ସେଣ୍ଟର ଭାବରେ ବର୍ଣ୍ଣନା କରିଛି।
ଇସ୍ରାଏଲ କହିଛି ଯେ ନୁଖବା ଇଲଆଇଟି ଫୋର୍ସ ପ୍ରଥମେ ଆକ୍ରମଣ କରୁଥିଲା। ଏହା ବ୍ୟତୀତ ଇସ୍ରାଏଲର ବାୟୁସେନା ବିମାନ ହମାସର ମୁଖ୍ୟ ମହମ୍ମଦ ଅବୁ ଶାମଲା ଉପରେ ଆକ୍ରମଣ କରଛି। ଶାମଲାଙ୍କ ବାସଭବନକୁ ଆକ୍ରମଣ ପାଇଁ ଓ ଗୁଳିଗୋଳା ମହଜୁଦ ରଖିବା ପାଇଁ ବ୍ୟବହାର କରାଯାଉଥିଲା।

Share