ନାଗରିକଙ୍କୁ ଚେତାବନୀ ଦେଲା ଇସ୍ରାଏଲ: ୩ ଘଣ୍ଟାରେ ଖାଲି କର ଗାଜା

ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ନଅ ଦିନ ବିତିଗଲାଣି। ଏହି ସମୟରେ ଇସ୍ରାଏଲ ଗାଜାକୁ ବାୟୁ, ସ୍ଥଳ ଏବଂ ସମୁଦ୍ରରୁ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ରବିବାର ଉତ୍ତର ଗାଜାରୁ ବାହାରୁଥିବା ନାଗରିକମାନଙ୍କୁ ଇସ୍ରାଏଲ ସେନା ତିନି ଘଣ୍ଟା ସମୟ ଦେଇଛି। ସେନା କହିଛି ଯେ, ଏହି ମାର୍ଗରେ ସ୍ଥାନୀୟ ସମୟ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ କୌଣସି ଅପରେଶନ କରାଯିବ ନାହିଁ। ଏହା ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ମାଗର୍ର୍। ଉତ୍ତର ଗାଜା ଠାରୁ ଦକ୍ଷିଣ ଗାଜାକୁ ଯିବା ପାଇଁ ଏହି ୩ ଘଣ୍ଟା ବ୍ୟବହାର କରନ୍ତୁ। ତୁମର ଏବଂ ତୁମର ପରିବାରର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ମିଳିତ ଜାତିସଂଘ ଇସ୍ରାଏଲର ବୋମା ବିସ୍ଫୋରଣକୁ ନେଇ ଉଦ୍‌ବେଗ ପ୍ରକାଶ କରି କହିଛି ଯେ, ଗାଜା ଷ୍ଟ୍ରିପକୁ ଆହୁରି ଗଭୀରତମ ସ୍ଥାନକୁ ଠେଲି ଦିଆଯାଉଛି।
ହମାସ ଆକ୍ରମଣ ଏବଂ ଇସ୍ରାଏଲର ଗାଜା ଷ୍ଟ୍ରିପ ଉପରେ ପରବର୍ତ୍ତୀ ଆକ୍ରମଣ ରେ ୩,୬୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ଏପର୍ଯ୍ୟନ୍ତ ୧୩୦୦ ରୁ ଅଧିକ ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ଗାଜା ଅଞ୍ଚଳରେ ୨୩୦୦ରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Share